ଚାକିରୀ ଦେବା ନାଁ ରେ ଟଙ୍କା ଠକେଇ : ଫେରସ୍ତ ମାଗିବାରୁ ମାଡ – ଥାନାରେ ଏତଲା ।।

Spread the love

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସୀରମ ଛତ୍ରିଆ : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମୁଖୀଗୁଡା ର ସଞ୍ଜୟ ସିଂ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ । ନିଜକୁ ଗଣମାଧ୍ୟମ ପ୍ରତିନିଧି ବୋଲି ପରିଚୟ ଦେଇ ଦିନ ଦ୍ୱିପ୍ରହରେ ଦେଖାଉଛନ୍ତି ଦବଙ୍ଗଗିରି . ଓଡ଼ିଶା ସମାଚାର ନାମକ ୱେବ ଚ୍ୟାନେଲ ରେ କାମ କରୁଥିବା ସଂଜୟ ଙ୍କ ନାମରେ ଥାନାରେ ଦାଖଲ ହୋଇଛି ଏତଲା । ପୋଲିସ ସାମ୍ନା ରେ ଜନୈକ ଯୁବକକୁ ଗୋଡେଇ ଗୋଡେଇ ମାଡ଼ ମାରିବା ପରେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । କାହା ସାହସରେ ସେ ଖୁଲମ ଖୁଲା ଆଇନ ଭାଙ୍ଗିଲେ ବୋଲି ଲୋକେ କରୁଛନ୍ତି ଆଲୋଚନା . ସେ ଏତେ ସାହସ ପାଇଲେ କେମିତି, ତାହା ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଅନୁଯାୟୀ ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରେ ମା ତାରିଣୀ ସିକ୍ୟୁରିଟି ପ୍ରାଇଭେଟ ଲିମିଟେଡ଼ ଝାରସୁଗୁଡା ସୁରକ୍ଷା ଦାଇତ୍ୱରେ ରହିଛି । ସେଥିରେ ଚାକିରୀ କରାଇ ଦେବା ପାଇଁ ସଂଜୟ ସିଂ କିଛି ବେକାରୀ ଯୁବକ ମାନଙ୍କ ଠାରୁ ଜଣେ ପିଛା ୧୦ ହଜାର ଟଙ୍କା ଲେଖାଏଁ ନେଇ, ଟଙ୍କା କୁ ହଡପ କରି ଘରେ ଆରାମ କରୁଥିବା ଅଭିଯୋଗ ହୋଇଛି । ଦିନ ପରେ ଦିନ ଗଡ଼ିଲା ପରେ ଚାକିରୀ ମଧ୍ୟ ଦେଲେନାହିଁ । ଶେଷରେ ଟଙ୍କା ଦେଇଥିବା ଯୁବକ ମାନେ ଚାକିରୀ କିମ୍ବା ନିଜ ଦେଇଥିବା ଟଙ୍କା ମାଗିଥିଲେ ସଞ୍ଜୟ ଙ୍କୁ । କିନ୍ତୁ ସେ ଏ ନେଇ ମାଡ଼ ମାରିଥିବା ଜୟପାଟଣା ରେ ଥାନାରେ ଅଭିଯୋଗ ହୋଇଛି । ଆଇନକାନୁନ ବୋଧେ ଡର ନାହିଁ ତାଙ୍କର । ଏବେ କାହିଁକି ଯୁବକକୁ ମାଡ଼ ମାରିଲେ ଓ ଲହୁଲୁହାଣ କଲେ ତାହା ତଦନ୍ତ ସାପେକ୍ଷ । ଏମିତି ଆଇନ ଶୃଙ୍ଖଳା ଠାରୁ ନିଜକୁ ଉର୍ଦ୍ଧ୍ୱ ରେ ଭାବୁଥିବା ସଂଜୟ ଙ୍କୁ କିପ୍ରକାର କାର୍ଯ୍ୟାନୁଷ୍ଠାନ ହେବ ତାହା ଦେଖିବାକୁ ବାକି ରହିଲା । ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ଜୟପାଟଣା ଥାନା ଅଧିକାରୀନି ରଶ୍ମିତା ପ୍ରଧାନ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *