ବାର୍ଦ୍ଧକ୍ୟ ପାଲଟିଛି ଅଭିଶାପ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅଧିନସ୍ଥ ସାପୁଆପଦା ଗାଁରେ ଅଭିଶପ୍ତ ଜୀବନ ନେଇ ବଞ୍ଚୁଛନ୍ତି ବୃଦ୍ଧ ଚକ୍ରଧର ହାଇବ୍ରୁ , ଗାଁରେ ରହୁଥିବା 60 ବର୍ଷର ବୃଦ୍ଧା ଚକ୍ରଧର ହାଇବ୍ରୁ ଙ୍କୁ ଦେଖିଲେ ଲାଗେ ଯେମିତି ଆଦିବାସୀ ହୋଇ ଜନ୍ମ ନେବା ତାଙ୍କପାଇଁ ପାଇଁ ପାପ l ଚକ୍ରଧର ହାଇବ୍ରୁ ଙ୍କର ବାର୍ଦ୍ଧକ୍ୟ ଅବସ୍ଥାରେ ରହିବା ପାଇଁ ନାହିଁ ଘର . ଚକ୍ରଧର ହାଇବ୍ରୁ କୁ ତାଙ୍କ ସ୍ତ୍ରୀ ଛାଡି ଚାଲିଗଲା ପରେ ଯେମିତିକି ତା ଘର ଶ୍ରୀହୀନ ହୋଇଯାଇଛି l ନାଁ ହାଇବ୍ରୁର ବାର୍ଦ୍ଧକ୍ୟରେ ସାହା ହବା ପାଇଁ ଅଛି ପୁଅ , ସିଏ ଏବେ ନିଶ୍ୱ , ଖାଲି ବଞ୍ଚିବା ପାଇଁ ଚାଲୁଛି ନିଶ୍ୱାସ , ନାଁ ତାଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଘରେ ଖଣ୍ଡେ ଅଛି ନାଁ ଖାଇବାକୁ ଦାନା ମୁଠେ ଅଛି , ବାର୍ଦ୍ଧକ୍ୟ ଅବସ୍ଥାରେ ଭଙ୍ଗାଘରେ ରହୁଥିବା ଚକ୍ରଧର ହାଇବ୍ରୁ ଛାତିକୁ ପଥର କରି ବାଉଁଶ କୁଟା ମାଗି ନିଜ ପାଇଁ ଭଙ୍ଗାରୁଜା ଘରକୁ ଛପର କରୁଥିବା ଘଟଣା ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହୋଉ କିମ୍ବା ବିଜୁ ପକ୍କା ଘର ଯୋଜନା ରେ ଯେମିତି ପୂର୍ଣ୍ଣଛେଦ ପକାଇଛି l ଚକ୍ରଧର ହାଇବ୍ରୁଙ୍କୁ ସରକାରୀ ଯୋଜନାରେ ଘର ମିଳିବାକୁ ଅଞ୍ଚଳରେ ଦାବି ଜୋର ଧରିଛି !

Leave a Reply

Your email address will not be published. Required fields are marked *