ଗୀତ ଗାଇ ଚର୍ଚ୍ଚାକୁ ଆସିଲେ ଖଣ୍ଡପଡ଼ା ରାଜା !

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଗୀତ ଗାଇ ଚର୍ଚ୍ଚାରେ ଖଣ୍ଡପଡ଼ା ରାଜା ତଥା ପୂର୍ବତନ ଖଣ୍ଡପଡ଼ା ବିଧାୟକ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ । ବଲିଉଡ ଫିଲ୍ମ ର ଏକ ସଙ୍ଗୀତ ଗାଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କର ସଙ୍ଗୀତ ଗାଇବାର ଶୈଳୀ କୁ ମଧ୍ୟ ଶ୍ରୋତା ମାନେ ବହୁତ ପସନ୍ଦ କରୁଥିବା ଜଣାପଡିଛି ।

ଓଡିଶା ରାଜନୀତିର ଚର୍ଚ୍ଚିତ ଚେହେରା ତଥା କଂଗ୍ରେସ ର ଟାଣୁଆ ନେତା ତାରାପ୍ରସାଦ ବାହିନୀପତି ଏବଂ ଜଟଣୀ ବିଧାୟକ ସୁର ରାଉତରାୟ ବିଗତ ଦିନରେ ଗୀତ ଗାଇ ବେଶ ଚର୍ଚ୍ଚାକୁ ଆସିଥିଲେ . ଆଉ ଏବେ ପୂର୍ବତନ ବିଧାୟକ ତଥା ଖଣ୍ଡପଡ଼ା ରାଜା ସାହେବ ବିଭୂତି ଭୂଷଣ ସିଂ ମର୍ଦ୍ଦରାଜ ଗୀତ ଗାଇ ଚର୍ଚ୍ଚାର ପରିଧିକୁ ଆସିଛନ୍ତି .

Leave a Reply

Your email address will not be published. Required fields are marked *