୩୩ତମ ରାଜ୍ୟସ୍ତରୀୟ ହରିଶ୍ଚନ୍ଦ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଟକ ଜିଲ୍ଲା ବାଙ୍କୀ ବ୍ଲକ ବରପୁଟ ପଞ୍ଚାୟତ ପଥୁରିପଡାରେ ଆୟୋଜିତ ହୋଇଯାଇଛି ୩୩ ତମ ହରିଶ୍ଚନ୍ଦ୍ର ମିଶ୍ର ସ୍ମାରକୀ ଟୁର୍ଣ୍ଣାମେଣ୍ଟ . ଉଦଯାପନୀ ଉତ୍ସବର ଫାଇନାଲ ମ୍ୟାଚ କୁ ଉଦଘାଟନ କଲେ କଟକ ସାଂସଦ ଭତୃହରି ମହତାବ. ଏହି ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହାବେରଣା ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଥିବା ବେଳେ ଫାଇନାଲ ମ୍ୟାଚ ତମାଣ୍ଡୋ କ୍ରିକେଟ ଦଳ ଏବଂ କୁମାରବସ୍ତ କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ପ୍ରଥମେ ତମାଣ୍ଡୋ ଦଳ ଟଚ ଜିତି ୨୦ଓଭର ମଧ୍ୟରେ ୬ ଉଇକେଟ ହରାଇ ୨୩୮ରନ ସଂଗ୍ରହ କରିଥିଲା । ବିଜୟ ଲକ୍ଷର ପିଛା କରି କୁମାରବସ୍ତ ଦଳ ୧୩ ତମ ଓଭରରେ ୪ ଉଇକେଟ ହରାଇ ୨୪୨ରନ କରି ଆଜିର ଫାଇନାଲରେ ବିଜୟ ଲାଭ କରିଛନ୍ତି । ବିଜୟୀ ଦଳ କୁମାରବସ୍ତ କ୍ରିକେଟ ଟିମ ର ମୃତ୍ୟୁଞ୍ଜୟ ମାନସିଂହ ୫୪ ରନ କରିବା ସହ ୩ ଉଇକେଟ ନେଇ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ ।

ଆଜିର ଏହି ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚରେ ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁବାସ ସିଂହ. ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ . ସ୍ଥାନୀୟ ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ୧୧ ଜଣ ବ୍ୟକ୍ତି ବିଶେଷଙ୍କୁ ଅତିଥି ମାନଙ୍କ ଦ୍ୱାରା ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *