ଗଜପତିରେ ମୋ ସେବା କେନ୍ଦ୍ର ର ଶୁଭାରମ୍ଭ !

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ 5 ନମ୍ବର ୱାର୍ଡ ର ରାଜଦାଣ୍ଡ ସାହିରେ ଓଡ଼ିଶା ସରକାରଙ୍କ ପୋର୍ଟାଲ ୱାନ ମୋ ସେବା କେନ୍ଦ୍ର ଭର୍ଚୁଆଲ ମୋଡ଼ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଯାଇଛି । ଏହି “ମୋ ସେବା କେନ୍ଦ୍ର” ଦ୍ୱାରା ଜନସାଧାରଣ ଜନ୍ମ ପ୍ରମାଣ ପତ୍ର ଠାରୁ ଆରମ୍ଭ କରି ସରକାରୀ ବସରେ ଟିକଟ ଓ ଅନ୍ୟାନ୍ୟ ବହୁ ସୁବିଧା କମ ଖର୍ଚ୍ଚରେ ପାଇ ପାରିବେ । ଏଥିପାଇଁ ସରକାରୀ କାର୍ଯ୍ୟାଳୟ କୁ ଯିବାକୁ ପଡ଼ିବ ନାହିଁ , ଆଗାମୀ ଭବିଷ୍ୟତରେ ଏଭଳି ମୋ ସେବା କେନ୍ଦ୍ର ଜିଲ୍ଲାର ବିଭିନ୍ନ ପଞ୍ଚାୟତ ସମେତ ପାରଳାଖେମୁଣ୍ଡି ଓ କାଶୀ ନଗର ର ବିଭିନ୍ନ ୱାର୍ଡରେ ଖୋଲାଯିବ ବୋଲି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ସମେତ ଓ ଗଣ ମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *