ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ପୈାର ପରିଷଦ ପକ୍ଷରୁ LED ଷ୍ଟ୍ରିଟ ଲାଇଟ ବ୍ୟବସ୍ଥାର ଶୁଭ ଉଦଘାଟନ ହୋଇଯାଇଛି . ସ୍ଥାନୀୟ ତ୍ରିନାଥ ଛକ ରାମ ମନ୍ଦିର ନିକଟରେ ପୁର୍ବତନ ନଗରପାଳ ଗୁରୁପ୍ରସାଦ ଜେନା ଙ୍କ ସଭାପତିତ୍ୱରେ ନୟାଗଡ଼ ସହର ଆଲୋକିକରଣ ବ୍ୟବସ୍ଥାର ଉଦଘାଟନୀ ସଭା ଆୟୋଜିତ ହୋଇଯାଇଛି । ଏହି ସଭାରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗଦେଇ ଷ୍ଟ୍ରିଟ ଲାଇଟ ର ଉଦଘାଟନ କରିଥିଲେ । ଏହି ସଭାରେ ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ । ସମ୍ପୁର୍ଣ୍ଣ ରାଜ୍ୟ ସରକାରଙ୍କ ଅନୁଦାନରେ ସହରର ୧୧.୫ କିଲୋମିଟର ସିନ୍ଦୁରିଆ ଠାରୁ ପୁରୁଣା ବସଷ୍ଟାଣ୍ଡ , ରେଳ ଷ୍ଟେସନ ଠାରୁ ଖଣ୍ଡପଡ଼ା ଛକ , ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ଝୁମ୍ପୁରୀ , ଭିଜିଲାନ୍ସ ଅଫିସ ଠାରୁ ପୋଲିସ ଟ୍ରେନିଂ ସ୍କୁଲ , ଜିଲ୍ଲାପାଳଙ୍କ ସରକାରୀ ବାସଭବନ ଠାରୁ ହାଉସିଂ ବୋର୍ଡ କଲୋନୀ ପର୍ଯ୍ୟନ୍ତ ଆଲୋକିକରଣ କାର୍ଯ୍ୟକ୍ରମ ହୋଇଥିବା ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ସୁଚନା ଦେଇଥିଲେ । ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀଯୁକ୍ତ ସାହୁ ନୟାଗଡ଼ ର ବିକାଶ ଦୃତ ବେଗରେ ଆଗେଇ ଚାଲିଛି ଏବଂ ପ୍ରଥମ ପର୍ଯ୍ୟାୟରେ୧୧.୫ କିଲୋମିଟର ରାସ୍ତାର ଆଲୋକିକରଣ ହୋଇଥିବା ବେଳେ ଦିତୀୟ ପର୍ଯ୍ୟାୟରେ ସହର ମଧ୍ୟରେ ଆଉ ୨୩ କିଲୋମିଟର ଆଲୋକିକରଣ କାର୍ଯକ୍ରମ ହେବ ବୋଲି ପ୍ରକାଶ କରିଥିଲେ । ପରିଶେଷରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।