ଭିଜିଲାନସ ଏସପି ଶାନ୍ତନୁ କୁମାର ପାଢୀ : ଗଜପତିର ଗର୍ବ !!

0
279

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭିଜିଲାନସ ଏସପି ଭାବରେ କାର୍ଯ୍ୟରତ ଶାନ୍ତନୁ କୁମାର ପାଢ଼ୀଙ୍କ କାର୍ଯ୍ୟଦକ୍ଷତା କୁ ନେଇ ସମଗ୍ର ଗଜପତି ଜିଲ୍ଲା ଗର୍ବିତ . ଗତ ମାର୍ଚ୍ଚ ୧ ତାରିଖରେ ଶାନ୍ତନୁ କୁମାର ପାଢୀ ଏ.ଏସ୍ .ପି.ରୁ ପଦୋନ୍ନତି ପାଇ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନର ଏସ୍ .ପି. ଭାବେ ନିଯୁକ୍ତି ପାଇଛନ୍ତି . ପାରଳାଖେମୁଣ୍ତିର ସୁନାମଧନ୍ୟ ଆଇନଜିବୀ ସ୍ୱର୍ଗତ ଗୋପିନାଥ ପାଢୀଙ୍କ ସୁପୁତ୍ର ଶାନ୍ତନୁ କୁମାର ପାଢୀଙ୍କର ଶିକ୍ଷାଗତ ଯୋଗ୍ୟତା ଏମ୍ .କମ୍ .! ପରେ ନିଜର କର୍ମମୟ ଜୀବନ ପୋଲିସ ଏସଆଇ ଭାବେ ଆରମ୍ଭ କରି ୧୯୮୪ ମସିହାରେ ଗଂଜାମ, କନ୍ଧମାଳ, ବଉଦ, ନବରଂଗପୁର, ନୂଆପଡା ଜିଲ୍ଲାରେ ସଫଳତାର ସହ କାର୍ଯ୍ୟ କରିଛନ୍ତି . ୨୦୦୩ ମସିହାରେ ଇନିସ୍ପେକ୍ଟର ପଦବୀ ପାଇବା ପରେ ମାଓ ଅଧ୍ୟୁଷିତ କନ୍ଧମାଳ ଓ ଗଂଜାମରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ . ୨୦୧୧ ମସିହାରେ ଡି.ଏସ୍ .ପି. ଭାବେ ପଦୋନ୍ନତି ପାଇ ଗଂଜାମ ଓ କେନ୍ଦ୍ରାପଡା ଜିଲ୍ଲାରେ ନିଯୁକ୍ତି ପାଇଥିଲେ . ୨୦୧୮ ମସିହାରେ ପୋଲିସ ବିଭାଗରୁ ଭିଜିଲାନ୍ସ ବିଭାଗକୁ ବଦଳି ହୋଇ ଏ.ଏସ୍ .ପି. ଭାବେ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନରେ ନିଯୁକ୍ତି ପାଇଥିଲେ . ଏହି ସମୟରେ ନିଜର ଶ୍ରେଷ୍ଠ ଭୂମିକା ପ୍ରତିପାଦନ କରିପାରିଛନ୍ତି . ବିଭିନ୍ନ ସ୍ଥାନ ଯଥା ଗଂଜାମ, ଗଜପତି, କନ୍ଧମାଳ ଜିଲ୍ଲାରେ ଚଢାଉ କରି ଦୁର୍ନୀତି ଯୁକ୍ତ ଅଧିକାରୀ ତଥା ବ୍ୟକ୍ତି ବିଶେଷଙ୍କ ମୁଖା ଖୋଲିବାରେ ସଫଳ ହୋଇ ପାରିଥିଲେ . ତାର ଫଳ ସ୍ୱରୂପ ଗତ ମାର୍ଚ୍ଚ ପହିଲାରୁ ଏସ୍ .ପି. ଭିଜିଲାନ୍ସ ଭାବେ ପଦୋନ୍ନତି ପାଇ ନିଜ କାର୍ଯ୍ୟାଳୟ ବ୍ରହ୍ମପୁର ଡିଭିଜନରେ ନୂତନ କର୍ମମୟ ଜୀବନ ଆରମ୍ଭ କରିଛନ୍ତି . ଏହି ପଦବୀରେ ନିଯୁକ୍ତି ପାଇବାର ୨୪ ଘଣ୍ଟା ମଧ୍ୟରେ ରାୟଗଡ ବ୍ଲକର ଦୁର୍ନୀତିଖୋର କନିଷ୍ଠ ଯନ୍ତ୍ରୀ କେ.ନାଗେଶ୍ବର ସେନାପତିଙ୍କର ୨କୋଟି ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସଂପତ୍ତି ଜବତ କରି ତାଙ୍କୁ ଜେଲ ପଠାଇ ପାରିଛନ୍ତି . କାର୍ଯ୍ୟକ୍ଷେତ୍ରରେ ସଫଳତା ସମ୍ପର୍କରେ ନିଜ ଅଭିମତରେ ସେ କହନ୍ତି, ସାଧୁତାକୁ ସେ ପ୍ରାଧାନ୍ୟ ଦିଅନ୍ତି . ଅସାଧୁ ତଥା ଦୁର୍ନୀତି ଯୁକ୍ତ ବ୍ୟକ୍ତି ବିଶେଷଙ୍କୁ ଦଣ୍ତ ଦେବା ପାଇଁ କୁଣ୍ଠାବୋଧ କରିବେ ନାହିଁ . ତାଙ୍କ ପରି ଜଣେ ଦକ୍ଷ ପୋଲିସ ପ୍ରଶାସକ ପାଇ ଗଜପତି ଜିଲ୍ଳାର ଗୌରବ ଅକ୍ଷୁର୍ଣ୍ଣ ରହିପାରିଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି !

LEAVE A REPLY

Please enter your comment!
Please enter your name here