ୟୁଥ କ୍ଲବ କନ୍ଦରପୁର ପକ୍ଷରୁ ରାତ୍ରିକାଳୀନ ଟୁର୍ଣ୍ଣାମେଣ୍ଟ : ବରଡା କ୍ରିକେଟ କ୍ଲବ – କଇଜଙ୍ଗା ର ରୋମାଞ୍ଚକର ବିଜୟ ।

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ସଦର ବ୍ଲକ ଉପକଣ୍ଠ କନ୍ଦରପୁର ସ୍ଥିତ ୟୁଥ କ୍ଲବ ଆନୁକୂଲ୍ୟରେ ଏକରାତ୍ରି କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି . ଖେଳରେ ମୋଟ ୧୬ଟି ଟିମ ଅଂଶଗ୍ରହଣ କରିଥିବା ସମୟରେ ବରଡା କ୍ରିକେଟ କ୍ଲବ-କଇଜଙ୍ଗା ୫ ଓଭରରେ ୫୨ରନ କରି ବିଜୟ ଲାଭକରି ବିଜୟୀ ପଦକ ସହ ୧୩୦୦୦ ଟଙ୍କା ପୁରସ୍କାର ପାଇଅଛି . ଫାଇନାଲ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ହୋଇଥିବା ବେଳେ କିଶନନଗର କ୍ରିକେଟ କ୍ଲବ କୁ ରନର୍ସ କପ ସହ ୯୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

ଏହି ଟୁର୍ଣ୍ଣାମେଣ୍ଟକୁ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଥିଲା ବେଳେ ଅତିଥି ଭାବେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଂଯୋଜକ ତନ୍ମୟ ଦାଶ, ଶ୍ରମିକ ନେତା ଚକ୍ରବର୍ତ୍ତୀ ଓତା, ଗୁରୁ ମହାଦେବ ମହାରଣା, ଅଲେଖ ଚନ୍ଦ୍ର ବେଉରା, ସମାଜସେବୀ ପ୍ରଦୀପ ମହାଳି, ଅଭିରାମ ସାହୁ, ଦୀପକ ସାହୁ, ସୁରେଶ ଜେନା, କୃଷକ ବଂଧୁ ଦେବୀ ପ୍ରସାଦ ପତି, ବିଜୟ ନାୟକ, ଜୀବନ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

ନାଟ୍ୟକାର ଅଶୋକ ପଟ୍ଟନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟ ରେ ୟୁଥ କ୍ଲବ ର ସଦସ୍ୟ ବବୁଲ, ସିଲୁ, ଲିପୁ, ସୌମ୍ୟ, ଲାଲଟୁ, ଇଂ.ଅମୀୟ, ଚନ୍ଦନ, ମୁନା, ଟୁଟୁନ, ପିଣ୍ଟୁଆ, କୁନମୁନ, ସିଲୁ, ଧନ, ବିଭୁ, ଗେଲୁ, ନଖିଆ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *