ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁନିୟନ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଗ୍ରୀଷ୍ମପ୍ରବାହ କୁ ଆଖି ଆଗରେ ରଖି ଜିଲ୍ଲା ସ୍ତରୀୟ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ମହେଶ ଚୌଧୁରୀ, ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା ପ୍ରମୁଖ ଅଂଶ ଗ୍ରହଣ କ୍ରୀତଜିଲେ । ବୈଠକରେ ଜିଲ୍ଲାର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଗ୍ରାମ୍ୟ ଜଳ ଯୋଗାଣ ନିର୍ବାହୀ ଅଧିକାରୀ, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ, ବିଦ୍ୟୁତ ବିଭାଗ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜନ ସ୍ଵାସ୍ଥ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ବିଭିନ୍ନ କଲେଜର ଅଧ୍ୟକ୍ଷା, ବନ ବିଭାଗ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ . ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହକୁ କିପରି ମୁକାବିଲା କରାଯାଇ ପାରିବ ଓ ଅଂଶୁଘାତ କୁ ପ୍ରତିହତ କରାଯାଇ ପାରିବ ତା ଉପରେ ଆଲୋଚନା ହୋଇଥିଲା .

ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟ୍ରୋଲ ରୁମ ଖୋଲାଯିବ ଏବଂ ଜିଲ୍ଲାରେ ସାତଟି ବ୍ଳକରେ ପାନୀୟ ଜଳର ବ୍ୟବସ୍ଥା ଓ ଅଚଳ ନଳକୂପକୁ ସଚଳ କରିବା , ଆବଶ୍ୟକ ସ୍ଥଳେ ନୂତନ ନଳକୂପ ଖୋଳିବା ସକାଶେ ଜିଲ୍ଲାପାଳ ଜଳ ଓ ପରିମଳ ବିଭାଗୀୟ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଓଆରଏସ ସାଲାଇନ ମହଜୁଦ ରଖିବା ପାଇଁ ପରାମର୍ଶ ଦେଇଥିଲେ । ସେହିଭଳି ବିଭିନ୍ନ ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର ରେ ଜଳର ସୁବ୍ୟବସ୍ଥା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ପୌର ପରିଷଦ ପକ୍ଷରୁ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ତୁରନ୍ତ ଜଳଛତ୍ର ଖୋଲିବା ସକାଶେ ପରାମର୍ଶ ଦିଆଯାଇଛି । ଜନସ୍ୱାସ୍ଥ୍ୟ ବିଭାଗକୁ ସହରରେ ଜଳ ଯୋଗାଣ ସୂଚାରୁ ରୂପେ ଯୋଗାଇବା ସକାଶେ ଜନ ସ୍ଵାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ ସହିତ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ବିଦ୍ୟୁତର ସୁପରିଚାଳନା ନିମନ୍ତେ ନିର୍ବାହୀ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ . ବନ ବିଭାଗ ପକ୍ଷରୁ ଜଙ୍ଗଲ ସୁରକ୍ଷା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସକାଶେ ବନ ବିଭାଗ କର୍ମଚାରୀମାନେ ସଜାଗ ରହି ବନ୍ୟଜନ୍ତୁଙ୍କୁ ଯେପରି ଜଳ ର ଅଭାବ ନହେବ ଓ ଜଙ୍ଗଲ ରେ ନିଆଁ ଯେପରି ନ ଲାଗିବ ସେଥି ପ୍ରତି ଦୃଷ୍ଟି ଦେବାକୁ ବିଭଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ପଞ୍ଚାୟତ ସ୍ତରରେ ଓ ଗ୍ରାମ୍ୟ ସ୍ତରରେ ଜଳ ଛତ୍ର ଖୋଲିବା, ଅଚଳ ନଳକୂପକୁ ସଚଳ କରିବା,ଗ୍ରାମରେ ଜଳ ଯୋଗାଣର ସୁବ୍ୟବସ୍ଥା କରିବା ସକାଶେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *