କନିଷ୍ଠ ରେଡ଼କ୍ରସ ଆନୁକୂଲ୍ୟରେ ରକ୍ତଦାନ ଶିବିର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ର ଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କନିଷ୍ଠ ରେଡ଼କ୍ରସ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ 30 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରକ୍ତ ଦାନ କରିଛନ୍ତି । ମୋଟ 30 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ଃ ଏନ.ରବିବାବୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ଶୁଭ ଉଦଘାଟନ କରିଥିଲେ ।

ସମ୍ମାନୀତ ଅତିଥି ଭାବେ ମନୋରଞ୍ଜନ ଦଳେଇ, ବିଜ୍ଞାନ ନିରୀକ୍ଷକ ସ୍ୱାତ୍ତିକ କୁମାର ପଟ୍ଟନାୟକ, ଜିଲ୍ଲା ଜୁନିୟର ରେଡ଼କ୍ରସ ସମ୍ପାଦକ ଜି. ସୁଦର୍ଶନ ରାଓ, ମହେନ୍ଦ୍ର ଗିରି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ବିଚିତ୍ରାନନ୍ଦ ବେବର୍ତ୍ତା, ସୁରେନ୍ଦ୍ର ପାତ୍ର, ସଞ୍ଜୟ କୁମାର ପାତ୍ର ପ୍ରମୁଖଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଏହି ଶିବିରର ଲକ୍ଷ ଉଦେଶ୍ୟ ହେଲା ଉତ୍ତମ ଚରିତ୍ର ଗଠନ ସହ ସ୍ୱାସ୍ଥ୍ୟ ସେବା ଓ ଭାତୃଭାବ ଏକତ୍ୱ ସୃଷ୍ଟି କରିବା ।

Leave a Reply

Your email address will not be published. Required fields are marked *