ମାଳିସାହି କଲେଜ ରେ ମନ୍ତ୍ରୀ, ବିଧାୟକ ଙ୍କ ଦ୍ଵାରା ଗ୍ରନ୍ଥାଗାର ଭିତ୍ତିପ୍ରସ୍ତର ସ୍ଥାପନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତ ର ମାଳିସାହି କଲେଜ ରେ ଆଜି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଏବଂ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ଦ୍ଵାରା କଲେଜ ଗ୍ରନ୍ଥାଗାର ର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି I

କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ମନ୍ତ୍ରୀ ଅରୁଣ ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ରହିଥିଲେ l ସମ୍ମାନୀତ ଅତିଥି ଭାବରେ ଗତିଶ୍ୱର ମହାବିଦ୍ୟାଳୟର ପ୍ରିନ୍ସପାଲ, ନୂଆଗାଁ ବ୍ଲକ ଅଧକ୍ଷ୍ୟ ଅନ୍ତର୍ଯ୍ୟାମୀ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିବା ବେଳେ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ, ଅଭିଭାବକ ଉପସ୍ଥିତ ଥିଲେ l ଛାତ୍ରଛାତ୍ରୀ ମାନଙ୍କର ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ମହାବିଦ୍ୟାଳୟ ପରିସରରେ ଆନନ୍ଦ ଉତ୍ସାହ ଖେଳିଯାଇଛି !!!

Leave a Reply

Your email address will not be published. Required fields are marked *