ରାଜଧାନୀରେ ଆରମ୍ଭ ହେଲା ରୋଟି ବ୍ୟାଙ୍କ !!

0
687

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜଧାନୀ ଭୁବନେଶ୍ୱର ରେ ଆରମ୍ଭ ହେଲା ରୋଟି ବ୍ୟାଙ୍କ ସେବା . ସାମାଜିକ ସଂଗଠନ “ଏଇତ ଜୀବନ” ଉଦ୍ୟମରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ପୁରୁଣା ଭୁବନେଶ୍ଵର ଅଞ୍ଚଳର ନିର୍ଭୟା ଚ୍ୟାରିଟେବଲ ଟ୍ରଷ୍ଟ ଏବଂ ରେଡି ଟୁ ହେଲ୍ପ ଗ୍ରୁପର ସଦସ୍ୟ ମାନେ ରାଜଧାନୀ ରେ ଆରମ୍ଭ କରିଛନ୍ତି . ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ପାର୍ଶ୍ଵରେ ରୋଟି ବ୍ୟାଙ୍କ ସେବା ଆରମ୍ଭ ଅବସରରେ ବହୁ ସାମାଜିକ କର୍ମୀ , ଗଣମାଧ୍ୟମ ପ୍ରତିନିଧି ଏବଂ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହିଥିଲେ .

ଅସହାୟ ବୁଲା ଗାଈ ଗୋରୁ ଷଣ୍ଢ ଏବଂ କୁକୁର ମାନଙ୍କୁ ଖାଦ୍ୟ ପ୍ରଦାନ ପାଇଁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମକୁ ସମଗ୍ର ରାଜ୍ୟରେ ଅଭୂତପୂର୍ବ ସମର୍ଥନ ମିଳୁଥିବା ସମୟରେ ବିଭିନ୍ନ ଜିଲ୍ଲାରେ ରୋଟି ବ୍ୟାଙ୍କ ଆରମ୍ଭ ପାଇଁ ସାମାଜିକ କର୍ମୀମାନେ ଆଗ୍ରହ ପ୍ରକାଶ କରୁଛନ୍ତି . ଆୟୋଜିତ କାର୍ଯ୍ୟକ୍ରମରେ ଏଇତ ଜୀବନ ସଂଗଠନର ପ୍ରତିଷ୍ଠାତା ସମ୍ପାଦକ ପ୍ରିୟବ୍ରତ ପଟ୍ଟନାୟକ , ସଦସ୍ୟ ପ୍ରହଲ୍ଲାଦ ମହାରଣା , ପିପୁଲ ଫର ସେବାର ପ୍ରିତମ ମିଶ୍ର , ବିପିନ କୁମାର ସାହୁ ସ୍ୱପ୍ନ ଫାଉଣ୍ଡେସନ ର ତ୍ରିଲୋଚନ ମହାନ୍ତି , ମୀନା କୁମାରୀ ପ୍ରଧାନ , ଶାରଦା ପ୍ରସାଦ ସାହୁ , ପିଣ୍ଟୁ ବେହେରା ନିର୍ଭୟା ଟ୍ରଷ୍ଟ ର ରିତୁରାଣୀ ସାସମଲ , ସନ୍ଧ୍ୟାରାଣୀ ବିଶୋଇ , ଆରତୀ ଦାସ , ଝୁନା ସାହୁ ,ସାମାଜିକ କର୍ମୀ ପ୍ରଜ୍ଞା ପାରମିତା ରଥ ଏବଂ କାର୍ଯ୍ୟକ୍ରମର ମିଡ଼ିଆ ପାର୍ଟନର ଆୱାଜ ମିଡ଼ିଆ ର ବ୍ୟୁରୋ ଚିଫ ସତ୍ୟବ୍ରତ ଦାଶ ଉପସ୍ଥିତ ରହିଥିଲେ .

”ରୋଟି ବ୍ୟାଙ୍କ” ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଏହି ମହାନ କାର୍ଯ୍ୟକୁ ଆରମ୍ଭ କରିଥିବା ବ୍ୟକ୍ତି ହେଉଛନ୍ତି, ମୁମ୍ବାଇର ପୂର୍ବତନ ପୋଲିସ ଡିଜି ଡି.ଶିବନନ୍ଦନ . ଗତ ବର୍ଷ ଡିସେମ୍ବର ମାସ କରୋନା ଭଳି ଘଡିସନ୍ଧି ମୁହୂର୍ତ୍ତରେ, ମୁମ୍ବାଇର ସବୁଠାରୁ ବଡ଼ ଖାଦ୍ୟ ଯୋଗଣକାରୀ ସଂସ୍ଥା ”ଡବାଵାଲା”ର ସହଯୋଗରେ ଆରମ୍ଭ ହୋଇଥିଲା ରୁଟି ବ୍ୟାଙ୍କ । ଏହି ମହାନ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆଜି ଦେଶର କୋଣ ଅନୁକୋଣରେ ସମାଜିକ କର୍ମୀମାନେ ଅସହାୟ ମଣିଷ ମାନଙ୍କ ପାଇଁ ଏହି ଭଳି ରୋଟି ବ୍ୟାଙ୍କ ସ୍ଥାପନ କରୁଛନ୍ତି । ତେବେ ଓଡ଼ିଶାରେ ପ୍ରଥମ ଥର ପାଇଁ ”ରୋଟି ବ୍ୟାଙ୍କ” ସେବା କୁ ପଶୁ ମାନଙ୍କ ପାଇଁ ଆରମ୍ଭ କରିଛି କଟକ ର ଅଗ୍ରଣୀ ସାମାଜିକ ସଂଗଠନ ଏଇତ ଜୀବନ ।

ଅସହାୟ ବୁଲା ଗାଈ ଷଣ୍ଢ ଓ କୁକର ଭଳି ପ୍ରାଣୀ ମାନଙ୍କ ଭୋକିଲା ପେଟକୁ ଖାଦ୍ୟ ଯୋଗାଇବା ପାଇଁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ବହୁ ସଂଗଠନ ଓ ଗୋପ୍ରେମୀ ଯୋଡି ହେଉଭନ୍ତି । ଏଇତ ଜୀବନ ପରିବାରର ଏହି ମହାନ କାର୍ଯ୍ୟରେ ଅନୁପ୍ରାଣିତ ହୋଇ, ବହୁ ସମାଜିକ କର୍ମୀ ଓ ସଂଗଠନ ମାନେ ନିଜ ନିଜ ଅଞ୍ଚଳରେ ରୋଟି ବ୍ୟାଙ୍କ ସ୍ଥାପନ ପାଇଁ ସହମତି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here