କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଅସହାୟ ବୁଲା ଗାଈ ଗୋରୁ ଷଣ୍ଢ ଏବଂ କୁକୁର ମାନଙ୍କୁ ଖାଦ୍ୟ ପ୍ରଦାନ ପାଇଁ ଆରମ୍ଭ ହୋଇଥିବା ରୁଟି ବ୍ୟାଙ୍କ କାର୍ଯ୍ୟକ୍ରମକୁ ସମଗ୍ର ରାଜ୍ୟରେ ଅଭୂତପୂର୍ବ ସମର୍ଥନ ମିଳୁଥିବା ସମୟରେ ବିଭିନ୍ନ ଜିଲ୍ଲାରେ ରୋଟି ବ୍ୟାଙ୍କ ଆରମ୍ଭ ପାଇଁ ସାମାଜିକ କର୍ମୀମାନେ ଆଗ୍ରହ ପ୍ରକାଶ କରୁଛନ୍ତି . ଓଡ଼ିଶାରେ ପ୍ରଥମ ଥର ପାଇଁ ”ରୋଟି ବ୍ୟାଙ୍କ” ସେବା କୁ ପଶୁ ମାନଙ୍କ ପାଇଁ ଆରମ୍ଭ କରିଛି କଟକ ର ଅଗ୍ରଣୀ ସାମାଜିକ ସଂଗଠନ ଏଇତ ଜୀବନ ।
ଖୁବ ଶୀଘ୍ର ଅନୁଗୁଳ ଜିଲ୍ଲାର ତାଳଚେର ଏବଂ କଟକ ସଦର ବ୍ଲକ ର କନ୍ଦରପୁରରେ ରୁଟି ବ୍ୟାଙ୍କ ସେବା ଆରମ୍ଭ ହେବାକୁ ଯାଉଥିବା ସମ୍ପର୍କରେ ସୂଚନା ଦେଇଛନ୍ତି ଏଇତ ଜୀବନର ସମ୍ପାଦକ ପ୍ରିୟବ୍ରତ ପଟ୍ଟନାୟକ . ତାଳଚେରର ଆଗଧାଡିର ସମାଜସେବୀ ବାପି ମହାନ୍ତିଙ୍କ ଉଦ୍ୟମରେ ତାଳଚେର ସହରରେ ଆରମ୍ଭ ହେବ ରୁଟି ବ୍ୟାଙ୍କ ସେବା . ସେହିପରି ଆସନ୍ତା 21 ତାରିଖ ଦିନ କନ୍ଦରପୁର ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସରସ୍ୱତୀ କଳା ପରିଷଦର ବାର୍ଷିକ ସମାରୋହ ଅବସରରେ କନ୍ଦରପୁର ରେ ରୁଟି ବ୍ୟାଙ୍କ ସେବା ଆରମ୍ଭ କରାଯିବ . ଅନୁଷ୍ଠାନର ଅନ୍ୟତମ ଉଦ୍ୟୋକ୍ତା ଇଂ ସେବକ ଶ୍ରୀକାନ୍ତ ବେଉରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ପାଇଁ ସ୍ଥିର ହୋଇଛି .
ଅସହାୟ ବୁଲା ଗାଈ ଷଣ୍ଢ ଓ କୁକର ବିଲେଇ ଭଳି ପ୍ରାଣୀ ମାନଙ୍କ ଭୋକିଲା ପେଟକୁ ଖାଦ୍ୟ ଯୋଗାଇବା ପାଇଁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ବହୁ ସଂଗଠନ ଓ ଗୋପ୍ରେମୀ ଯୋଡି ହେଉଭନ୍ତି । ଏଇତ ଜୀବନ ପରିବାରର ଏହି ମହାନ କାର୍ଯ୍ୟରେ ଅନୁପ୍ରାଣିତ ହୋଇ, ବହୁ ସମାଜିକ କର୍ମୀ ଓ ସଂଗଠନ ମାନେ ନିଜ ନିଜ ଅଞ୍ଚଳରେ ରୋଟି ବ୍ୟାଙ୍କ ସ୍ଥାପନ ପାଇଁ ସହମତି ପ୍ରକାଶ କରିଛନ୍ତି ।