ଓଡ଼ିଶାରେ ଗୋହତ୍ୟା ବନ୍ଦ ଦାବୀରେ ଶାନ୍ତିପୂର୍ଣ୍ଣ ଧାରଣା !!!

0
939

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜ୍ୟ ତଥା ସମଗ୍ର ଦେଶରେ ଗୋ-ଚାଲାଣ ଏବଂ ଗୋହତ୍ୟା ପରି ଘଟଣା ଦିନକୁ ଦିନ ବଢି ଚାଲିଥିବା ସମୟରେ ଏହାକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ବିଭିନ୍ନ ମହଲରୁ ଉଠୁଛି ଦାବୀର ସ୍ୱର . ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଚିନ୍ତାଜନକ ଭାବରେ ବଢ଼ିବାରେ ଲାଗିଛି ବେଆଇନ ଗୋ-ଚାଲାଣ . ବିଭିନ୍ନ ସମୟରେ ସାମାଜିକ ସଂଗଠନ ଏହାର ପ୍ରତିବାଦ କରି ଧାରଣା ବିକ୍ଷୋଭ ଆନ୍ଦୋଳନ କରୁଛନ୍ତି .

ରାଜ୍ୟରେ ଗୋହତ୍ୟା କୁ ସଂପୂର୍ଣ୍ଣ ବନ୍ଦ କରିବା ଦାବୀରେ ସାମାଜିକ ସଂଗଠନ ର କର୍ମକର୍ତ୍ତା ମାନେ ଏକାମ୍ର କ୍ଷେତ୍ରର ବିନ୍ଦୁସାଗର ରାସ୍ତାରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ . ଗୋହତ୍ୟା ଏବଂ ଗୋ-ଚାଲାଣ ରୋକିବା ପାଇଁ ଆଇନ ବ୍ୟବସ୍ଥା ଥାଇ ସୁଦ୍ଧା ସ୍ଥିତିରେ ସୁଧାର ନଆସିବା ଚିନ୍ତାର କାରଣ ବୋଲି ଗୋପ୍ରେମୀ ମାନେ ମତ ଦେଇଛନ୍ତି .

LEAVE A REPLY

Please enter your comment!
Please enter your name here