ନରସିଂହପୁର ରେ ଭାରତ ବନ୍ଦ ର ପ୍ରଭାବ !

0
215

ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : କୃଷକ ମାନଙ୍କ ଆହ୍ୱାନରେ ଭାରତ ବନ୍ଦ । ସକାଳ ୬ ରୁ ସଂନ୍ଧ୍ୟା ୬ ଯାଏ ସବୁ ରହିବ ବନ୍ଦ । ବନ୍ଦକୁ ସଫଳ କରିବାକୁ ଦେଶବାସୀଙ୍କୁ କୃଷକ ନେତା ମାନଙ୍କ ଆହ୍ୱାନ । ଗତବର୍ଷ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ବିଲକୁ ବିରୋଧ କରି କୃଷକ ମାନେ ଆନ୍ଦୋଳନ ଜାରି ରଖିଛନ୍ତି । କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ କୁ ବିରୋଧ କରି କଟକ ଜିଲ୍ଲା ନରସିଂହପୁରରେ ଭାରତ ବନ୍ଦର ଡାକରା ଦେଇଛି ନରସିଂହପୁର ସଂଯୁକ୍ତ କିଷାନ ମୋର୍ଚ୍ଚା । ସରକାର ବିଗତ 4 ମାସ ହେବ ଏନେଇ କିଛି ବିଚାର କରୁଥିବା ଭଳି ମନେ ହେଉନାହିଁ ତେଣୁ ଆମେ ଭାରତ ବନ୍ଦର ଡାକରା ଦେଇଛୁ । ସରକାରଙ୍କ କଳା କୃଷି ଆଇନ କୁ ବିରୋଧ କରୁଛୁ I

ସକାଳୁ ସକାଳୁ ନରସିଂହପୁର ସଂଯୁକ୍ତ କିଷାନ ମୋର୍ଚ୍ଚା, ନରସିଂହପୁର ଯୁବ ସଂଗଠନର କର୍ମକର୍ତ୍ତା ମାନେ କଟକ ନରସିଂହପୁର ରାଜ୍ୟ ରାଜପଥ 65 ନଂ ମୁଖ୍ୟ ରାସ୍ତାକୁ ପଞ୍ଚମୁହିଁ ଛକ ଠାରେ ଅବରୋଧ କରି ଗାଡିମଟର ଚଳାଚଳକୁ ସଂମ୍ପୁର୍ଣ୍ଣ ଭାବେ ବନ୍ଦ କରିଛନ୍ତି I ଫଳରେ ଶହ ଶହ ଗାଡି ମଟର ରାସ୍ତାରେ ଅଟକି ରହିଛି । ଏତେ ସବୁ ଆନ୍ଦୋଳନ ପରେ ମଧ୍ୟ ସରକାର ଏହି କୃଷକ ବିରୋଧୀ କଳା ଆଇନକୁ ରଦ୍ଦ କରୁ ନାହାନ୍ତି I ଯେତେ ଦିନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହି କୃଷି ଆଇନ କୁ ପ୍ରତ୍ୟାହାର କରି ନାହିଁନ୍ତି ସେତେଦିନ ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି କୃଷକ ସଙ୍ଗଠନ ର କର୍ମକର୍ତ୍ତା କହିଛନ୍ତି I ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ଶାନ୍ତିପୂର୍ଣ୍ଣ ଥିବା ବେଳେ କୌଣସି ଅପ୍ରତିକର ଘଟଣାକୁ ଏଡାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here