କଣିହାଁ ଅଞ୍ଚଳର ମୌଳିକ ସମସ୍ୟା ଉପରେ ଆଲୋଚନା !!

0
263

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ତାଳଚେର ସ୍ୱାଧୀନତା ସଂଗ୍ରାମୀ ମେମୋରିଆଲ ଟ୍ରଷ୍ଟ ଆହ୍ୱାନ କ୍ରମେ ପଥରମୁଣ୍ଡା ଗ୍ରାମ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କଣିହାଁ ଅଞ୍ଚଳର ମୌଳିକ ସମସ୍ୟା ଉପରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି . ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି, ଗ୍ରାମ ସଭାପତି, ସରପଞ୍ଚ , ସମିତି ସଭ୍ୟ, ବିଭିନ୍ନ ସଗଠନର କର୍ମକର୍ତ୍ତା ତଥା ସାମ୍ବାଦିକ ମାନଙ୍କୁ ନେଇ ଏହି ବୈଠକର ଆୟୋଜନ ହୋଇଥିଲା । ଟ୍ରଷ୍ଟ ର ସଭାପତି ସୁନିଲ କୁମାର ପ୍ରଧାନଙ୍କ ମତ ଅନୁସାରେ ଏହା କଣିହାଁ ରେ ଦ୍ୱିତୀୟ ପ୍ରଜାମେଳି ଆରମ୍ଭ, ତାଳଚେର ସ୍ୱାଧୀନତା ସଂଗ୍ରାମୀ ମେମୋରିଆଲ ଟ୍ରଷ୍ଟ । ଏହି ବୈଠକରେ ଆଲୋଚନା କରିବା ପାଇଁ ଭାଗ ନେଇଥିଲେ ୫୭ଟି ଗ୍ରାମ ସଭାପତି, ସଂପାଦକ, ୧୬ଜଣ ସରପଞ୍ଚ ଓ ସମିତି ସଭ୍ୟ, ବ୍ଲକ ଅଧକ୍ଷା . ଏହି ବୈଠକରେ ସଭାପତି ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ ବୁଦ୍ଧଦେବ ସାହୁ । ମୌଳିକ ଅଧିକାର ବିଷୟରେ ଆଲୋଚନା ହୋଇଥିଲା । ପ୍ରଜାମଣ୍ଡଳ, କଣିହାଁ ଆହ୍ୱାନକ୍ରମେ ଆୟୋଜିତ ଏହି ବୈଠକରେ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here