ପୁଲିସ କବଜାରେ କୁଖ୍ୟାତ ଡକାୟତ ଗ୍ୟାଙ୍ଗ !

Spread the love

ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ଗତ କିଛିଦିନ ଧରି କଟକ ଜିଲ୍ଲା ବଡ଼ମ୍ବା, ନରସିଂହପୁର ଅଂଚଳରେ ପୋଲିସକୁ ଚକମା ଦେଇ ଲଗାତର ବନ୍ଧୁକ ମୁନରେ ଲୁଟ କରୁଥିବା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇ ପଚରା ଉଚରା କରୁଛି ପୋଲିସ । ସୂଚନା ଅନୁଯାୟୀ କାନପୁର ଥାନା ଅନ୍ତର୍ଗତ ଗୋଡ଼ିବନ୍ଧ ଗ୍ରାମରେ ଥିବା କାନାଡ଼ା ବ୍ୟାଙ୍କ ଡକାୟତି ଓ ବଡ଼ମ୍ବା ଥାନା ଅନ୍ତର୍ଗତ ଗୋପାଳପୁର ଠାରେ ଥିବା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ଲୁଟ ଘଟଣା ଏବଂ ନରସିଂହପୁର ଥାନା ଅନ୍ତର୍ଗତ କମଳାଦେଇପୁର ଠାରେ ଥିବା ଗ୍ରାହକ ସେବା କେନ୍ଦ୍ରରୁ ବନ୍ଧୁକ ମୁନରେ ଲୁଟ ଘଟଣାର ମୂଖ୍ୟ ଅଭିଯୁକ୍ତ ରଞ୍ଜିତ ନାୟକ ଓରଫ ବାବୁ ସହିତ ତାର ଅନ୍ୟ ଚାରି ଜଣ ସହଯୋଗୀକୁ ଗିରଫ କରି ପଚରା ଉଚରା କରୁଛି ପୁଲିସ ।

ସବୁଠାରୁ ବଡ଼ କଥା ହେଲା ରଞ୍ଜିତ ନିଜେ ସ୍ୱୀକାର କରୁଛି ଯେ ନରସିଂହପୁର ଥାନାର ଜଣେ କର୍ମଚାରୀ ଲାଞ୍ଚ ନେଇ ସେମାନଙ୍କ ଫେରାର ହେବାର ସାହାଯ୍ୟ କରୁଥିଲେ । ଏ ବିଷୟରେ ପୋଲିସ ପ୍ରତିକ୍ରିୟା ରଖି କହିଛି ଯଦି ଲାଞ୍ଚ ନେବା କଥା ସତ ହୁଏ ତେବେ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେ ଯାହାବି ହେଉନା କାହିଁକି ଏଠି ଗୋଟିଏ କଥା ଦେଖିବାକୁ ମିଳିଛି ପୋଲିସ ଅଭିଯୁକ୍ତ କୁ ଧରି ପଚରା ଉଚରା କରୁଛି ସତ ହେଲେ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସାଧାରଣରେ ଚର୍ଚ୍ଚା ହେଇଛି ।

Leave a Reply

Your email address will not be published. Required fields are marked *