ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ଉପଲକ୍ଷେ ନୟାଗଡ଼ ବିଜେପି ପକ୍ଷରୁ ଆୟୋଜିତ ହୋଇଯାଇଛି ବନ୍ଧୁମିଳନ କାର୍ଯ୍ୟକ୍ରମ . ବରିଷ୍ଠ ବିଜେପି ନେତ୍ରୀ ତଥା ନୟାଗଡ ରାଣୀ ପ୍ରତ୍ୟୁଷା ରାଜେଶ୍ଵରୀ ସିଂ ଙ୍କ ଅଧ୍ୟକ୍ଷତାରେ ପୁରୁଣା ରାଜବାଟି ସଭାଗୃହରେ ଜିଲ୍ଲା ଭାଜପା କର୍ମୀ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆୟୋଜିତ ଉତ୍ସବରେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ର ସମସ୍ତ ପଞ୍ଚାୟତ ଏବଂ ଓଡ଼ଗାଁ ଏନଏସି ଓ ନୟାଗଡ଼ ପୈାର ପରିଷଦର ବହୁ କର୍ମୀ ଯୋଗ ଦେଇଥିଲେ । ରାଜକୁମାର ଅରଣ୍ୟ ରାଜକିଶୋର ସିଂ ବିଜେପି କର୍ମୀ ମାନଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରିବା ସହ ” ମୁଁ ଜଣେ ନୟାଗଡିଆ ଭାବେ ନିଜକୁ ଗର୍ବିତ ମନେ କରୁଛି ” ବୋଲି ପ୍ରକାଶ କରିଥିଲେ . ନୟାଗଡ଼ର ରାଜ ପରିବାର ପୂର୍ବରୁ ନୟାଗଡ଼ ବାସୀଙ୍କ ସହିତ ଥିଲେ, ବର୍ତ୍ତମାନ ଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ନୟାଗଡ଼ ବାସୀଙ୍କ ପାଖରେ ରହିବେ ବୋଲି ଦୃଢତାର ସହ ପ୍ରକାଶ କରିଛନ୍ତି ।

ଅନ୍ୟାୟ ବିରୁଦ୍ଧରେ ଲଢେଇ ଜାରି ଅଛି ଆଗକୁ ଜାରି ରହିବ ବୋଲି କହିଥିଲେ ରାଣୀ ପ୍ରତ୍ୟୁଷା ରାଜେଶ୍ଵରୀ . ନୟାଗଡ଼ କୁ ଭୟମୁକ୍ତ ଓ ଭ୍ରଷ୍ଟାଚାର ମୁକ୍ତ କରି ଗଢି ତୋଳିବା ଆହ୍ୱାନକୁ କିଭଳି ଭାବେ ପୁରଣ କରାଯାଇ ପାରିବ ସେ ସମ୍ପର୍କରେ କର୍ମୀମାନେ ନିଜ ନିଜର ମତ ରଖିଥିଲେ । ପ୍ରତ୍ୟୁଷା ରାଜେଶ୍ବରୀ ସିଂ ନୟାଗଡ଼ କୁ ଭୟ ମୁକ୍ତ ଓ ଭ୍ରଷ୍ଟାଚାର ମୁକ୍ତ ନୟାଗଡ଼ ଭାବେ ଗଢି ତୋଳିବା ପାଇଁ ସ୍ୱର୍ଗତ କୁମାର ହେମେନ୍ଦ୍ର ଚନ୍ଦ୍ର ସିଂ ଦେଖିଥିବା ସ୍ୱପ୍ନକୁ କୁ ପୁରଣ କରିବା ପାଇଁ ପ୍ରୟାସ ଜାରି ରଖିବେ ପ୍ରକାଶ କରିବା ସହ ନୟାଗଡ଼ ବାସୀଙ୍କୁ ଭୟ , ଦୁର୍ନୀତି, ଭ୍ରଷ୍ଟାଚାର ମୁକ୍ତ ନୟାଗଡ଼ ଗଢି ତୋଳିବାରେ ଆଗକୁ ଆସିବା ପାଇଁ ଆହ୍ୱାନ କରିଛନ୍ତି ।

