ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର !

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ବାଜି ଚୌକ ହାଉସିଂ ବୋର୍ଡ଼ କଲୋନୀରୁ ଏକ ଭଡ଼ା ଘରୁ ମହିଳା ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତା ମହିଳା ହେଲେ ପ୍ରତିମା ଦାସ । ୧୫ ବର୍ଷ ପୂର୍ବେ ଦୀପକ କୁମାର ସାହୁ ଙ୍କୁ ଭଲ ପାଇ ପ୍ରତିମା ଦ୍ଵିତୀୟ ବିବାହ କରିଥିଲେ । ପ୍ରାୟ ଅଢେ଼ଇ ବର୍ଷ ହେବ ପ୍ରତିମା ବାଜି ଚୌକ ହାଉସିଂ ବୋର୍ଡ଼ କଲୋନୀ ଅଞ୍ଚଳରେ ଏକ ଭଡ଼ା ଘରେ ରହି ଆସୁଥିଲେ । ଆଜି ପ୍ରତିମା ଙ୍କ ସ୍ଵାମୀ ଯେବେ ଘରକୁ ଯାଇଥିଲେ ସେଠାରେ ତାଙ୍କ ସ୍ତ୍ରୀ ଙ୍କୁ ଝୁଲନ୍ତା ଅବସ୍ଥା ରେ ଦେଖିଥିଲେ । କିଛି ଦିନ ହେବ ସ୍ଵାମୀ ସ୍ତ୍ରୀ ଙ୍କ ଭିତରେ ଝଗଡା ଲାଗି ରହିଥିଲା ତେବେ ଭଉଣୀ ଙ୍କ ମୃତ୍ୟୁ ପଛରେ ତାଙ୍କ ସ୍ଵାମୀ ଙ୍କ ହାତ ଥିବାର ସନ୍ଦେହ କରିବା ସହ ଏହାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି ପ୍ରତିମାଙ୍କ ଭାଇ । ସ୍ଵାମୀ ସ୍ତ୍ରୀ ଙ୍କ ଭିତରେ ବେଳେ ବେଳେ କଲି ଝଗଡା ଲାଗୁଥିବା ର ସ୍ୱୀକାର କରିଛନ୍ତି ମୃତକ ଙ୍କ ସ୍ଵାମୀ । ଆଜି ହଠାତ ଘରକୁ ଆସିବା ବେଳେ ତାଙ୍କ ସ୍ତ୍ରୀ ଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିବାର କହିଛନ୍ତି ସ୍ଵାମୀ ଦୀପକ । ଘଟଣା ସମ୍ପର୍କରେ ସେ ନିଜେ ଟାଉନ୍ ଥାନାରେ ରେ ଜଣାଇ ଥିଲେ , ଫୋରେନସିକ ଟିମ୍ ଓ ଟାଉନ୍ ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଛନ୍ତି ।

Leave a Reply

Your email address will not be published. Required fields are marked *