ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କରୋନା ର ଦ୍ୱିତୀୟ ଲହରୀ ଜାରି ରହିଥିବା ବେଳେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଣ୍ଟିଜେନ ଏବଂ ଆର୍ଟିଫିସିଆଲ ଟେଷ୍ଟ ଚାଲୁ ରହିଛି . ଗଜପତି ଜିଲ୍ଲାରେ ଦିନ କୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କରୋନା ଟେଷ୍ଟିଙ୍ଗ ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ବିଜୁ କଲ୍ୟାଣ ମଣ୍ଡପ ଠାରେ ଆଣ୍ଟିଜେନ ଟେଷ୍ଟ ଓ ଆରଟିଫିସିଆଲ ଟେଷ୍ଟ ଚାଲୁ ରହିଛି ତା ସହିତ ଜ୍ଵର ପରିକ୍ଷଣ କେନ୍ଦ୍ର ମଧ୍ୟ ଖୋଲା ଯାଇଛି ।
ପୌର ପରିଷଦ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନତା କରାଯାଉଛି ଓ ପୋଲିସ ପକ୍ଷରୁ ମାସ୍କ ଯାଞ୍ଚ କରାଯିବା ସହ ମାସ୍କ ବ୍ୟବହାର ନ କରିଥିଲେ ଜୋରିମାନା ଆଦାୟ କରାଯାଉଛି । ଯେଭଳି କରୋନା କୁ ପ୍ରତିହତ କରିହେବ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି . ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ସାନିଟାଇଜ କରିବା ଓ କାମ ନ ଥିଲେ ଘରୁ ନବାହାରିବା ଏହି ଭଳି ଜନସାଧାରଣ ଙ୍କୁ ସଚେତନ କରାଯାଉଛି ।