ଗଜପତି ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ପୋଖରୀର ଅବସ୍ଥା ଏପରି . . .

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସ୍ୱଚ୍ଛତା ଓ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଚାଲିଛି । ବିଶେଷ କରି ‘ସ୍ବଚ୍ଛତା ହିଁ ସେବା’ ଅଭିଯାନକୁ ବ୍ୟାପକ ପ୍ରଚାର କରାଯାଉଛି । ହେଲେ ଗଜପତି ଜିଲା ମୁଖ୍ୟାଳୟ ପାରଳାଖେମୁଣ୍ଡି ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଏକ ପୋଖରୀର ଅବସ୍ଥା ଦେଖିଲେ ସ୍ବଚ୍ଛତା ଅଭିଯାନର ବାସ୍ତବ ଚିତ୍ର ଜଣାପଡୁଛି । ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରହିଛି ଜିଲା ପରିଷଦ କାର୍ଯ୍ୟାଳୟ , ବାମ ପାର୍ଶ୍ବରେ ରହିଛି ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର । ଏସବୁ କାର୍ଯ୍ୟାଳୟ ମଝିରେ ରହିଛି ପୋଖରୀ । ଦୀର୍ଘ ଦିନ ଧରି ଆବର୍ଜନା ପରିପୂର୍ଣ୍ଣ , ଏହା ଅବହେଳିତ ଅବସ୍ଥାରେ ପଡ଼ି ରହିଛି । ପୋଖରୀ ଚାରିପାଖରେ ଅନାବନା ଗଛ, ଘାସ ଓ ବୁଦା ଥିବାବେଳେ ବଳେ ପାଣି ଉପରେ ପ୍ଲାଷ୍ଟିକ ବୋତଲ, ପଲିଥିନ , ବିଲାତି ଦଳ ମାଡ଼ିଯାଇଛି । ସେଠାରେ ବିଭିନ୍ନ ପ୍ରକାରର ଆବର୍ଜନା ଜମା ହେଉଥିବାରୁ ବନ୍ଧ ଚାରିକଡ଼ ଦୁର୍ଗନ୍ଧ ହେବା ସହ ଅଞ୍ଚଳରେ ମଶା, ମାଛିଙ୍କ ପ୍ରାଦୁର୍ଭାବ ବଢୁଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ, ପୋଖରୀ ନିକଟରେ ‘ସ୍ବଚ୍ଛତା ହିଁ ସେବା’ର ପ୍ରଚାର ଫଳକ ଲାଗିଥିବା ସତ୍ତ୍ବେ ଏହାର ଚାରିପାଖ ଅପରିଷ୍କାର ରହିଛି । ତେଣୁ ସ୍ବଚ୍ଛତା ଅଭିଯାନ କେବଳ ପ୍ରଚାର ବ୍ୟାନରରେ ସୀମିତ ରହିଯାଇଛି ସାଧାରଣରେ ଚର୍ଚ୍ଚା ହେଉଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କାହିଁ କେବେଠାରୁ ଏହି ପୋଖରୀ କାର୍ଯ୍ୟାଳୟର ସୌନ୍ଦର୍ଯ୍ୟ ବୃଦ୍ଧିର ଏକ ପ୍ରମୁଖ କେନ୍ଦ୍ର ଥିଲା । କିନ୍ତୁ ରକ୍ଷଣାବେକ୍ଷଣର ଅଭାବ ପ୍ରଶାସନିକ ଉଦାସୀନତା ଯୋଗୁ ବର୍ତ୍ତମାନ ଏହା ଅପରିଷ୍କାର ହୋଇଯାଇଛି I ପୋଖରୀ ପାଖ ରାସ୍ତା ଦେଇ ଜିଲାର ସମସ୍ତ ବିଭାଗୀୟ ଅଧିକାରୀ, ନିର୍ବାଚିତ ପ୍ରତି ପ୍ରତିନିଧି ଯିବା ଆସିବା କରୁଥିଲେ ମଧ୍ୟ ଏଥିପ୍ରତି କାହାର ନଜର ପଡୁନି |

Leave a Reply

Your email address will not be published. Required fields are marked *