ଇକୋ କ୍ଲବ ପକ୍ଷରୁ ବୃକ୍ଷ ରୋପଣ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗଠନ କରାଯାଇଥିବା ଇକୋ କ୍ଲବ ତରଫରୁ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ସଭାନେତ୍ରୀ ଓ ବିଦ୍ୟାଳୟର ଅଧ୍ୟକ୍ଷା ଡ଼. ଅରୁଣା କୁମାରୀ ସାମଲ, ସଂଯୋଜିକା ତଥା ଅଧ୍ୟାପିକା ଅମ୍ବିକା ଦେବୀ, ଅଧ୍ୟାପିକା ଜାତୀୟ ସମରଶିକ୍ଷାର୍ଥୀ ବାହିନୀର ଏ.ଏନ.ଓ ଲେଫଟନାଣ୍ଟ ଅନିତା କୁମାରୀ ପାଢ଼ୀ, ଅଧ୍ୟାପିକା ତଥା ଏନ.ଏସ.ପି.ଓ ସଂଯୁକ୍ତା ପାତ୍ର, ଅଧ୍ୟାପିକା ୱାଇ. ଆର.ସି ପରାମର୍ଶଦାତ୍ରୀ ଶୋଫିଆ କୁମାରୀ ମଣ୍ଡଳ ଯୋଗଦାନ କରି ବୃକ୍ଷ ରୋପଣ କରିଥିଲେ । ଅନ୍ୟାନ୍ୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଅଣଶିକ୍ଷକ କର୍ମଚାରୀ ତଥା ଇକୋ କ୍ଲବର ସ୍ୱେଚ୍ଛାସେବୀ ଛାତ୍ରୀ ଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ ।

Leave a Reply

Your email address will not be published. Required fields are marked *