ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ ପାଳିତ ହୋଇ ଯାଇଛି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ . ସ୍ଥାନୀୟ ହାଇସ୍କୁଲ ଛକ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଗଜପତି ଜିଲ୍ଲା ବିଜେଡି ସଦସ୍ୟ ମାନେ ପୁଷ୍ପ ମାଲ୍ୟାର୍ପଣ କରି ବିଜୁବାବୁଙ୍କ ସ୍ମୃତି ଚରଣ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇ ପୁଷ୍ପ ମାଲ୍ୟାର୍ପଣ କରିଥିବା ବେଳେ ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ଗଜପତି ଜିଲ୍ଲା ଯୁବ ସଭାପତି ଏସ.ଲିଙ୍ଗରାଜ, ଗଜପତି ଜିଲ୍ଲା ଛାତ୍ର ସଭାପତି, ବିଜେଡି ନଗର ସଭାପତି ଙ୍କ ସମେତ ଦଳୀୟ କର୍ମୀ ଉପସ୍ଥିତ ରହି ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଅର୍ପଣ କରିଥିଲେ । କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ସ୍ୱଳ୍ପ ସଂଖ୍ୟକ ବିଜେଡି କର୍ମୀଙ୍କ ଦ୍ଵାରା ସାମାଜିକ ଦୂରତା ରକ୍ଷା କରି ମାସ୍କ ପରିଧାନ କରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *