କଂଗ୍ରେସ ର ଦୁଇ କାଉନସିଲରଙ୍କୁ ଅଣଦେଖା ଅଭିଯୋଗ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କଂଗ୍ରେସ ର ଦୁଇ କାଉନସିଲର ଙ୍କୁ ଏନ୍ଏସି ପକ୍ଷରୁ ଅଣଦେଖା ଅଭିଯୋଗ । ନ୍ୟାୟ ଦାବିରେ ୭ ଦଫା ଦାବି ନେଇ ଏନ୍ଏସି କାର୍ଯ୍ୟାଳୟ ବାରଣ୍ଡାରେ ଧାରଣାରେ ବସିଛନ୍ତି ଦୁଇ କାଉନସିଲର । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସିରେ । ସୂଚନା ଅନୁସାରେ ପ୍ରତ୍ୟେକ ମାସରେ ପରିଷଦ ବୈଠକ ଅନୁଷ୍ଠିତ ହେବା କଥା , କିନ୍ତୁ ପୂର୍ବ ବୈଠକର ୧୦୮ ଦିନ ପରେ ଅର୍ଥାତ୍ ଗତ ୧୮.୧୧.୨୦୨୨ ରିଖରେ ସକାଳ ୮ ଟା ୪୫ ମିନିଟ୍ ସମୟରେ ବୈଠକ ହୋଇଥିଲା । ବୈଠକର ୭ ଦିନ ପୂର୍ବରୁ ପରିଷଦ ମାନଙ୍କୁ ଜଣାଇବା କଥା , କିନ୍ତୁ ତାହା ହୋଇନଥିବା ଅଭିଯୋଗ ହୋଇଛି । ଅଧ୍ୟକ୍ଷଙ୍କ ଅନୁମୋଦନ କ୍ରମେ ନିର୍ବାହୀ ଅଧିକାରୀ ବୈଠକ ଆବାହନ କରିବା କଥା କିନ୍ତୁ ସେଥିରେ ମଧ୍ୟ ବ୍ୟତିକ୍ରମ ହେଉଛି । ବାଲିଗୁଡ଼ା ଏନ୍ଏସିରେ ୧୩ ଟି ଓ୍ବାର୍ଡରୁ ୧୧ ଟି ବିଜେଡ଼ି ଦଖଲ କରିବା ସହ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ହାତେଇଥିବା ବେଳେ କଂଗ୍ରେସ ଦୁଇଟି ଓ୍ବାର୍ଡ ଦଖଲ କରିଛି । କଂଗ୍ରେସର ସଂଖ୍ୟା ଗରିଷ୍ଠତା ନଥିବାରୁ ଜାଣିଶୁଣି କଂଗ୍ରେସର ଏହି ଦୁଇ କାଉନସିଲର ଙ୍କୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ ହୋଇଛି । ଏଥିସହିତ ବାଲିଗୁଡ଼ା ଏନ୍ଏସିରେ ବ୍ୟାପକ ଦୁର୍ନୀତି ହେଉଥିବା ବେଳେ କୌଣସି ତଥ୍ୟ ମାଗିଲେ ମଧ୍ୟ ମିଳୁ ନଥିବାରୁ ଆର୍ ଟି ଆଇ ମାଧ୍ୟମରେ ତଥ୍ୟ ମାଗିବାକୁ ବାଧ୍ୟ ହେଉଛୁ ବୋଲି କହିଛନ୍ତି ଦୁଇ କାଉନସିଲର । ସେପଟେ ଯେପର୍ଯ୍ୟନ୍ତ ଆମକୁ ନ୍ୟାୟ ନମିଳିଛି ଏବଂ ଆମକୁ ସମାନ ଅଧିକାର ନ ଦିଆଯାଇଛି ସେ ପର୍ଯ୍ୟନ୍ତ ଆମେ ଏଭଳି ଆମରଣ ଅନଶନରେ ବସିବୁ ବୋଲି କହିଛନ୍ତି ଦୁଇ କାଉନସିଲର ଅଜୟ କୁମାର ନାୟକ (ଓ୍ବାର୍ଡ-୧) ଓ ଆଲୋକ କୁମାର ନାୟକ (ଓ୍ବାର୍ଡ-୧୩) । ସେପଟେ ଘଟଣାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସାଂସଦ ପ୍ରାର୍ଥୀ ତଥା ଯୁବ ନେତା ମନୋଜ କୁମାର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *