ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ନବ ଉତ୍କଳର ନିର୍ମାତା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ନିଆରା ଢଙ୍ଗରେ ରଣପୁରରେ ପାଳିତ ହୋଇଯାଇଛି l ଏହି ଅବସରରେ ରଣପୁର ମହା ବିଦ୍ୟାଳୟରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା l କୋଭିଡ ନିୟମ ଅବଲମ୍ବନ କରି କାର୍ଯ୍ୟକ୍ରମ ପାଳନ କରାଯାଇଥିବା ସମୟରେ, ଉପସ୍ଥିତ ବ୍ୟକ୍ତିମାନେ ବିଜୁ ବାବୁଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ରକ୍ତଦାନ ଶିବିରକୁ ବିଜୁ ଜନତା ଦଳର ରଣପୁର ବ୍ଲକ ସଭାପତି ପାଣ୍ଡଵ ସେଠୀ ଏବଂ ନଗର ସଭାପତି ସ୍ୱରାଜ ମହାନ୍ତି ଆୟୋଜନ କରିଥିଲେ । ଶିବିରରେ ରକ୍ତଦାତା ମାନେ ହଞ୍ଚି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଓ ସମସ୍ତ ନେତୃ ବୃନ୍ଦ ରକ୍ତଦାତା ମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ମୋଟ ୧୧୩ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ଏବଂ ପ୍ରତ୍ୟେକ ରକ୍ତଦାତାଙ୍କୁ ଦୁଇଟି ପ୍ରମାଣପତ୍ର ଦିଆଯାଇଥିଲା l ଗୋଟିଏ ମୁଖ୍ୟମନ୍ତ୍ରୀ ଙ୍କ ସ୍ଵାକ୍ଷର ଥାଇ ଜୀବନ ବିନ୍ଦୁ ପ୍ରମାଣ ପତ୍ର ଏବଂ ଅନ୍ୟଟି ବ୍ଲଡ଼ ବ୍ୟାଙ୍କ ତରଫରୁ ଦିଆଯାଇଥିବା ପ୍ରମାଣ ପତ୍ର l

ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ସଭାପତି ପାଣ୍ଡବ ସେଠୀ, ନଗର ସଭାପତି ସ୍ୱରାଜ ମହାନ୍ତି, ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ, ସାମ୍ବାଦିକ ରଘୁନାଥ ନାୟକ, ସାମ୍ବାଦିକ ଅଭିମନ୍ୟୁ ମହାରଣା, ପୂର୍ବତନ ବିଜ୍ଞାପିତ ପରିଷଦ ଅଧକ୍ଷା ସବିତା ଦାସ, ଉପାଧ୍ୟକ୍ଷ ତଥା ଆଇନୀଜୀବୀ ପ୍ରିୟବ୍ରତ ପ୍ରହରାଜ, ଚାନ୍ଦପୁର ଜିଲ୍ଲା ପରିଷଦ ବିଜୟ କେତନ ସାହୁ, ଆଇନଜୀବୀ ସୁରେଶ ଚନ୍ଦ୍ର ମିଶ୍ର , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ସାଂସଦଙ୍କ ପ୍ରତିନିଧି ସ୍ଵର୍ଣ୍ଣ ପ୍ରକାଶ ରାଉତରାୟ, ଶକ୍ତି ରଞ୍ଜନ ରାୟ, ଛବି ସ୍ୱାଇଁ, କମଲ ପାଇକରାୟ, ମହାବିଦ୍ୟାଳୟ ଅଧ୍ୟକ୍ଷ ସଂଗ୍ରାମ କେଶରୀ ରାୟ, ଅଧ୍ୟାପକ ନରେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ପ୍ରାଧ୍ୟାପକ, ବିଜୁ ଜନତା ଦଳରେ ବହୁ କର୍ମୀ ଏବଂ ଏନ.ସି.ସି. ର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

