ଉନ୍ମୋଚିତ ହେଲା “ମନ୍ଦାକିନୀ ତୀରେ”

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା ରଣପୁର ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ରଣପୁରର ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି . ଏହି ଅବସରରେ ମୁଖପତ୍ର ‘ମନ୍ଦାକିନୀ ତୀରେ’ ର ଉନ୍ମୋଚିତା ହେବା ସହ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଏବଂ ରାଜ୍ୟ ସ୍ତରୀୟ ସାରସ୍ୱତ ସାଧକ ସମାବେଶ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମର ପ୍ରଥମ ସୋପାନରେ କବି କବୟିତ୍ରୀ ମାନଙ୍କର କବିତା ପାଠୋତ୍ସବ ଡଃ କଳ୍ପନା ରଥଙ୍କ ଅଧକ୍ଷତା କ୍ରମେ ବିଶିଷ୍ଟ ଶିଶୁ ସାହିତ୍ୟିକ ତାରା ପ୍ରସାଦ ଜେନାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା | ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟକ୍ରମ ଅବସରପ୍ରାପ୍ତ ପ୍ରlଧ୍ୟାପକ ବିଜୟ କୁମାର ଜେନାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା | ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡେମିର ନୟାଗଡ ସଦସ୍ୟ ଅଶୋକ କୁମାର ନାୟକ, ଡ଼ଃ ସତ୍ୟନାରାୟଣ ମିଶ୍ର, ବରିଷ୍ଠ ଆଇନଜୀବୀ ସୁରେଶ ଚନ୍ଦ୍ର ମିଶ୍ର, ସମାଜସେବୀ ରାଜକିଶୋର ପଟ୍ଟନାୟକ, ଇଂ ଦୟାନିଧି ରାୟପୁର, ନୟାଗଡ ସାହିତ୍ୟ ସଂସଦର ସମ୍ପାଦକ ଶେଖ ଅବଦୁଲ ଖାଲିକ ପ୍ରମୁଖ ଯୋଗ ଦେଇଥିଲେ l

ସାହିତ୍ୟ ମଣିଷ ଜୀବନର ପ୍ରାଣ ଓ ପ୍ରାଚୁର୍ଯ୍ୟ, ଯାହାର ସୁରକ୍ଷା ସମସ୍ତଙ୍କର କର୍ତ୍ତବ୍ୟ ଏହି ଭାବନା ଉପରେ ଅତିଥି ଗଣ ମତ ଉପସ୍ଥାପନ କରିଥିଲେ | ସମ୍ପାଦକ ନବକିଶୋର ସାମନ୍ତରାୟ ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ, ଶିକ୍ଷକ ତପନ କୁମାର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସହ ସଂପାଦକ ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ କରିଥିଲେ | ସଂଗୀତ କଳା ବିଦ୍ୟା ନିକେତନର ଅଧ୍ୟକ୍ଷ ତଥା ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ଓ ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ | ଅବସର ପ୍ରାପ୍ତ ଶିକ୍ଷକ ତଥା କବି ବିରଞ୍ଚି ନାରାୟଣ ତ୍ରିପାଠୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ l

ଆୟୋଜିତ ସାରସ୍ୱତ ସମାରୋହରେ କୋଭିଡ ଯୋଦ୍ଧା, ସାମ୍ବାଦିକ ଓ ସାରସ୍ୱତ ସାଧକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ସେମାନଙ୍କ ମଧ୍ୟରେ ଶିକ୍ଷାବିତ ଓ ବରିଷ୍ଠ ପାଲା ଗାୟକ ଶଙ୍କର୍ଷଣ ଦାଶ, କବି ଓ ପାଲାଗାୟକ ବୃନ୍ଦାବନ ସ୍ୱାଇଁ, ଦାସକାଠିଆ ଗାୟକ ଓ କବି ସତ୍ୟନାରାୟଣ ନାୟକ, ଦାସକାଠିଆ ବାୟକ ଓ କବି ନବ କିଶୋର ବାରିକ, ଶିକ୍ଷକ, କବି ତଥା ସଂଗଠକ ଜ୍ୟୋତି ରଞ୍ଜନ ଦାଶ, ଅଧ୍ୟକ୍ଷ ଓ କବି ନବକିଶୋର ସାମନ୍ତରାୟ, ଶିକ୍ଷାବିତ , କବି ଓ ପ୍ରବଚକ ବିରଞ୍ଚି ନାରାୟଣ ତ୍ରିପାଠୀ, ଶିକ୍ଷାବିତ ଓ କବି ତପନ କୁମାର ସ୍ୱାଇଁ, ସଂଗଠକ ରାଜ କିଶୋର ପଟ୍ଟନାୟକ, ଶିକ୍ଷାବିତ ଓ ସଙ୍ଗୀତକାର ସତ୍ୟନାରାୟଣ ମହାପାତ୍ର, ଶିକ୍ଷାବିତ ଓ କବି ବିରୁପାକ୍ଷ ମହାପାତ୍ର, ଶିକ୍ଷାବିତ ଚିତରଞନ ଦାଶ, ଶିକ୍ଷାବିତ ଓ ଶିଶୁ ସାହିତ୍ୟିକ ତାରାପ୍ରସାଦ ଜେନା, ଶିକ୍ଷାବିତ ଓ ସଂଗଠକ ସୁଶୀଲ କୁମାର ରଣା, ସଂଗଠକ ତଥା ବରିଷ୍ଠ ଆଇନୀଜୀବୀ ସୁରେଶଚନ୍ଦ୍ର ମିଶ୍ର, ବରିଷ୍ଠ ସାମ୍ବାଦିକ ବିଶ୍ୱରଂଜନ ଆଚାର୍ଯ୍ୟ, ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ, ସାମ୍ବାଦିକ ରଘୁନାଥ ନାୟକ, ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ, ସାମ୍ବାଦିକ ବ୍ରଜ ରଣସିଂହ, ସାମ୍ବାଦିକ କିଶୋର ରାଉତରାୟ, ସାମ୍ବାଦିକ ଅଭିମନ୍ୟୁ ମହାରଣା, ସାମ୍ବାଦିକ ପ୍ରଭାତ କୁମାର ପ୍ରଧାନ, ସାମ୍ବାଦିକ କୃଷ୍ଣଚନ୍ଦ୍ର ଦାଶ, ସାମ୍ବାଦିକା ଲିସାରଣୀ ମହାପାତ୍ର ଇତ୍ୟାଦି ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ରଣପୁର ଏବଂ ଆଖପାଖରୁ ୪୬ଜଣ କବି କବୟିତ୍ରୀ ଯୋଗଦାନ କରି ସ୍ୱରଚିତ କବିତା ଆବୃତ୍ତି କରିଥିଲେ ଓ ଶେଷରେ ସେମାନଙ୍କୁ ପ୍ରଶଂସାପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା l

Leave a Reply

Your email address will not be published. Required fields are marked *