ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଜାନକୀ ବଲ୍ଲଭ ସ୍ମୃତି କମିଟିର ସମ୍ପାଦକ ସଞ୍ଜୟ କୁମାର ପଟ୍ଟନାୟକଙ୍କ ଆବାହକତ୍ୱରେ ଜାନକୀ ବଲ୍ଲଭ ପାର୍କରେ ସ୍ୱର୍ଗତ ଜାନକୀ ବାବୁଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ନିରାଡ଼ମ୍ବର ଭାବରେ କୋଭିଡ ନିୟମ ଅନୁଯାୟୀ ପାଳନ କରାଯାଇଛି । ଉତ୍ସଵର ପ୍ରାରମ୍ଭରେ ସ୍ୱର୍ଗତ ଜାନକୀ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ କମିଟିର ସଦସ୍ୟ ମାନେ । କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର , ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଆଇନଜୀବୀ ଶିଶିର କୁମାର ପରିଡା ଓ ପ୍ଲାବନ ଦାସଙ୍କ ସମେତ କମିଟି ସଦସ୍ୟ ମାନେ ଅଂଶ ଗ୍ରହଣ କରି ସ୍ୱର୍ଗତ ଜାନକୀ ବାବୁଙ୍କ ଓଡ଼ିଶା ପ୍ରତି ଅନନ୍ୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ବେଗୁନିଆ-ବୋଲଗଡ଼ ଜାନକୀ ବଲ୍ଲଭ ସ୍ମୃତି ସଂସଦ ପକ୍ଷରୁ ଆଦର୍ଶ କ୍ଲବ ପରିସରରେ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ସଂସଦର ସଭାପତି ପୂର୍ବତନ ସରପଞ୍ଚ ହାଡୁବନ୍ଧୁ ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ, ସମାଜସେବୀ ପ୍ରଦୀପ କୁମାର ସାହୁ, ଓମ ପ୍ରକାଶ ବାହୁବଳେନ୍ଦ୍ର, ଲକ୍ଷ୍ମୀକାନ୍ତ ମହାପାତ୍ର ଓ ସ୍ଥାନୀୟ ନାଏବ ସରପଞ୍ଚ ପ୍ରସନ କୁମାର ବାରିକଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।