ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ସ୍ଵଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ସ୍ଵଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନାରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ର ବିନୋଦିନୀ ମହାନ୍ତି ତୃତୀୟ ପୁରସ୍କାର (ଟ.୧,୦୦,୦୦୦/-ଙ୍କା) ବିଜେତା ହୋଇଛନ୍ତି । ଏହି ସ°କ୍ରାନ୍ତରେ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଏବଂ ନୟାଗଡ଼ ଜିଲ୍ଲାପାଳ ଡ଼଼କ୍ଟର ପୋମା ଟୁଡୁ ଉପସ୍ଥିତ ରହି ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିବା ସହ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଜିଲ୍ଲା ସ୍ଵଳ୍ପ ସଞ୍ଚୟ ଅଧିକାରୀ ସେଖ୍ ଈନାୟତ୍ ତୁଲ୍ଲା ପ୍ରମୁଖ ଉପସ୍ଥିତ ଥିଲେ ।