ଫୁଲବାଣୀ ବନଖଣ୍ଡ ପକ୍ଷରୁ ଲଘୁ ବନଜାତ ଦ୍ରବ୍ୟ ବିକ୍ରୟ କେନ୍ଦ୍ର ଉଦଘାଟିତ !!!

0
174

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ବନଖଣ୍ଡ ପକ୍ଷରୁ ଫୁଲବାଣୀ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଲଘୁ ବନଜାତ ଦ୍ରବ୍ୟ ବିକ୍ରୟ କେନ୍ଦ୍ର ଫୁଲବାଣୀ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀ ନାରାୟଣ ବେହେରାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଜିଲ୍ଲାରୁ ଉତ୍ପାଦନ ହେଉଥିବା ଫୁଲଝାଡ଼ୁ, ମହୁ, ଝୁଣା, ଖଲିପତ୍ର ଆଦି ବିିଭିନ୍ନ ବନଜାତ ଦ୍ରବ୍ୟକୁ ଏଠାରେ ବିକ୍ରି କରାଯିବ । ଜଙ୍ଗଲରୁ ବିଭିନ୍ନ ବନଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ଗ୍ରାମାଞ୍ଚଳ ଅଧିବାସୀ ମାନେ ଏଣିକି ଉପଯୁକ୍ତ ମୂଲ୍ୟ ପାଇ ପାରିବେ ବୋଲି ଡ଼ି.ଏଫ୍‍.ଓ ପ୍ରକାଶ କରିଛନ୍ତି ।

ପୂର୍ବରୁ ଆଦିବାସୀ ମାନେ ସେମାନଙ୍କର ସଂଗୃହୀତ ଲଘୁ ବନଜାତ ଦ୍ରବ୍ୟ କମ ଦରରେ ବିିଭିନ୍ନ ବ୍ୟବସାୟୀ ମାନଙ୍କୁ ବିକ୍ରି କରୁଥିଲେ । ତେବେ ବର୍ତ୍ତମାନ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କ ଦ୍ୱାରା ସରକାରୀ ଧାର୍ଯ୍ୟ ମୂଲ୍ୟରେ ଲଘୁ ବନଜାତ ଦ୍ରବ୍ୟ କ୍ରୟ କରିବେ । ଫଳରେ ସେମାନେ ଉପଯୁକ୍ତ ମୂଲ୍ୟ ପାଇ ପାରିବା ସହିିତ ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଉନ୍ନତି ଘଟିବ ବୋଲି ବନ ବିଭାଗର ଡ଼ିଏଫ୍‍.ଓ ଶ୍ରୀ ବେହେରା କହିଛନ୍ତି । ଉଦଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଏସିଏଫ୍‍ ଭୌରବ ଚନ୍ଦ୍ର ବେହେରା, ବିକ୍ରମ ଦେବ ପଟ୍ଟନାୟକ, ବନାଞ୍ଚଳ ଅଧିକାରୀ ସଚିଦାନନ୍ଦ ସେଠୀ, ଏଜେୱାଇ ସଂଯୋଜକ ସଞ୍ଜୟ ପଟ୍ଟନାୟକ , ପାହାଡ଼ ଅନୁଷ୍ଠାନର ସଂପାଦକ ପଞ୍ଚାନନ ମିଶ୍ରଙ୍କ ସମେତ ବିଭିନ୍ନ ବନ ସୁରକ୍ଷା ସମିତିର ସଭ୍ୟା ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟା ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here