ଗଜପତିରେ ପୁଣି 47 ଜଣ କରୋନା ପଜିଟିଭ ଚିହ୍ନଟ !!!

0
248

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ପୁଣି 47 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା . ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ 17 ଜଣ, ଗୋଶାଣି ବ୍ଳକରେ 2 ଜଣ, ଗୁମ୍ମା ବ୍ଳକରୁ 2 ଜଣ, କାଶୀ ନଗର ବ୍ଳକରୁ 3 ଜଣ, ମୋହନା ବ୍ଳକରୁ 14 ଜଣ, ନୂଆଗଡ଼ ବ୍ଳକରୁ 3ଜଣ, ଆର ଉଦୟଗିରି ବ୍ଳକରୁ ଜଣେ, ରାୟଗଡ଼ ବ୍ଳକରୁ 3 ଜଣ, ଆନ୍ଧ୍ରପ୍ରଦେଶ ରୁ 2 ଜଣ ଗଜପତି ଜିଲ୍ଲା ବାସିନ୍ଦା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ହେବା ପରେ ଆକ୍ରାନ୍ତ ମାନଙ୍କ ମଧ୍ୟରୁ କିଛି ଜଣଙ୍କୁ କୋଭିଡ଼ ହସ୍ପିଟାଲ , କୋଭିଡ଼ କେୟାର ସେଣ୍ଟର କୁ ପଠାଯାଇଥିବା ସମୟରେ ଅନ୍ୟ କିଛି ବ୍ୟକ୍ତି ହୋମ ଆଇସୋଲେସନରେ ରହିଥିବା ସମ୍ପର୍କରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here