ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସାମାଜିକ ଅନୁଷ୍ଠାନ କର ଫାଉଣ୍ଡେସନ୍ ଓ ୟୁଥ୍ ଫର୍ ଭଲ୍ୟୁଣ୍ଟାରୀ ୱାର୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଦ୍ୱିତୀୟ ସେଲିବ୍ରିଟି ଚାରିଟି ଟେନିସ୍ ବଲ୍ କ୍ରିକେଟ୍ ମ୍ୟାଚ୍ ପାଇଁ ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ୱର ସ୍ଥିତ ରେଡ଼କ୍ରସ୍ ଭବନରେ ଅନୁଷ୍ଠିତ ହୋଇଯାଇଛି ।
ପୂର୍ବ ବର୍ଷ ଭଳି ଏବର୍ଷ ମଧ୍ୟ ସାମାଜିକ ସଚେତନତା ସ୍ଲୋଗାନ୍ ଯଥା – ରକ୍ତଦାନ – ଜୀବନ ଦାନ, ଚାରା ଲଗାନ୍ତୁ – ପରିବେଶ ବଞ୍ଚାନ୍ତୁ , ସଡ଼କ ସୁରକ୍ଷା – ଜୀବନ ରକ୍ଷା, ମାନବ ସେବା ହିଁ ମାଧବ ସେବା ପ୍ରଭୃତି ସାମାଜିକ ବାର୍ତ୍ତା ଲେଖାଥିବା ଟି ସାର୍ଟ ପିନ୍ଧି ସେଲିବ୍ରିଟି ଯଥା ଅଭିନେତା, ରାଜନେତା, ସାମ୍ବାଦିକ ଓ ସମାଜସେବୀ ପ୍ରମୁଖ ଅଂଶଗ୍ରହଣ କରିବେ ।
ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ଏହି ଖେଳଟି ୟୁନିଟ୍ – ୬ ସ୍ଥିତ ପ୍ରଗତି ସ୍ପୋର୍ଟିଂ ପଡ଼ିଆରେ ଫେବୃଆରୀ ୭ ତାରିଖ ଦିନ ଆୟୋଜନ କରାଯିବ ବୋଲି ସ୍ଥିରୀକୃତ ହୋଇଛି । ଏହି ପ୍ରସ୍ତୁତି ବୈଠକରେ ଚଳଚ୍ଚିତ୍ର ଅଭିନେତା ଚନ୍ଦନ କର, ଯୁବ ସମାଜସେବୀ ମୀର ଅହମ୍ମଦ ଅଲ୍ଲୀ, ବିନୋଦ ରାଉତ, ଶେଖର ମହାନ୍ତି, ଶୁଭେନ୍ଦୁ ମଲ୍ଲିକ ଓ ସଂଗ୍ରାମ କିଶୋର ଉପସ୍ଥିତ ଥିଲେ ।