ୟୁନାଇଟେଡ଼ ଫୋରମ ଅଫ ବ୍ୟାଙ୍କ ୟୁନିୟନ ତରଫରୁ ଏକ ଦିବସୀୟ ପ୍ରତୀକାତ୍ମକ ଧାରଣା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ୟୁନାଇଟେଡ଼ ଫୋରମ ଅଫ ବ୍ୟାଙ୍କ ୟୁନିୟନ ତରଫରୁ ଏକ ଦିବସୀୟ ପ୍ରତୀକାତ୍ମକ ଧାରଣା ! ବିଭିନ୍ନ ଦାବୀ ନେଇ ଆଗରୁ ସଂଗଠନ ତରଫରୁ ଆନ୍ଦୋଳନ ହୋଇଥିଲେ ସୁଦ୍ଧା ସରକାର ସମସ୍ତ ଦାବୀ ପୂରଣ ଦିଗରେ ସମୟ ଗଡ଼ାଇ ଚାଲିଛନ୍ତି ! ଅବସରପ୍ରାପ୍ତ କର୍ମଚାରୀଙ୍କର ପେନସନ ଅପଗ୍ରେଡେସନ , ସପ୍ତାହକୁ ପାଞ୍ଚ ଦିନ କାର୍ଯ୍ୟଦିବସ , ଦରମା ପ୍ରଦାନରେ ସମାନତା ଏହି ମୁଖ୍ୟ ଦାବୀ ନେଇ ଦିଆ ଯାଇଛି ଧାରଣା ! ଯଦି ସରକାର ଦାବୀ ପୂରଣ ଦିଗରେ ତ୍ୱରିତ ପଦକ୍ଷେପ ନନିଅନ୍ତି ତେବେ ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ !

Leave a Reply

Your email address will not be published. Required fields are marked *