ଶ୍ରମିକ ଦିବସରେ ସଚେତନତା କାର୍ଯ୍ୟକ୍ରମ।।

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ଵିନୀ କୁମାର ଦେବତା : କଣିହାଁ ବ୍ଲକର ସମଲ, କୁଲେଇ, ହରିହରପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ଥାନରେ ବିଜୁ ଯୁବ ଜନତାଦଳ ର କର୍ମକର୍ତ୍ତା ମାନେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ସହ ଶ୍ରମିକ ମାନଙ୍କୁ ମାସ୍କ ବଣ୍ଟନ କରିଛନ୍ତି । ପ୍ରଥମେ ସମଲ ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସଭାପତି କୁବେର ସାହୁଙ୍କୁ ଚକ୍ରଶୀଳା ମନ୍ଦିର ଠାରେ ସମ୍ବର୍ଦ୍ଧିତ କରା ଯାଇଥିଲା ।

ବିଶ୍ୱ ଶ୍ରମିକ ଦିବସ ଉପଲକ୍ଷେ ମାନ୍ୟବର ବିଧାୟକ ମୁକେଶ କୁମାର ପାଳଙ୍କ ନିର୍ଦ୍ଦେଶରେ ସମଲ ବ୍ୟାରେଜ ସ୍ଥିତ ଆଦିବାସୀ ହଟିଂରେ ଶ୍ରମିକ ମାନଙ୍କୁ ମାକ୍ସ ବଣ୍ଟନ କରାଯାଇଥିଲା । ସମସ୍ତଙ୍କୁ ସାନିଟାଇଜରର ବ୍ୟବହାର , ସାମାଜିକ ଦୂରତା ନିୟମ ପାଳନ ଓ ପରିଷ୍କାର ପରିଚ୍ଛନ୍ନ ରହିବା ପାଇଁ କୁହାଯାଇଥିଲା ।

ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ସମ୍ପାଦକ ପ୍ରଦୀପ କୁମାର ସାମଲ, ବ୍ଲକ ଯୁବ କାର୍ଯ୍ୟକାରୀ ସଭାପତି ବାବୁ ପ୍ରଧାନ, କୁଲେଇ ପଞ୍ଚାୟତ ଯୁବ ସଭାପତି ଅମିତ ବେହେରା, ସମଲ ପଞ୍ଚାୟତ ସଭାପତି କୁବେର ସାହୁ, ହରିହରପୁର ପଞ୍ଚାୟତ ଯୁବ ସଭାପତି ନନ୍ଦକିଶୋର ସାହୁ, ସମାଜସେବୀ ଇନ୍ଦ୍ରଜିତ ସାହୁ, ସନ୍ତୋଷ କୁମାର ନାଏକ, ରାଜକୁମାର ମହାରଣା ଓ ବିଜୁ ଯୁବ ଜନତା ଦଳର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଆଗାମୀ ଦିନରେ ମଧ୍ୟ ଜନସାଧାରଣ ଙ୍କୁ ସଚେତନ କରାଇବା କାର୍ଯ୍ୟ ଜାରି ରହିବ ।। ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ।। ଅତି ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *