ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ହରିପୁର ଗ୍ରାମ ମୁଖ୍ୟ ରାସ୍ତା ସମ୍ନାରେ NCC କମ୍ପାନୀ ତରଫରୁ ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ସରକାରୀ ପ୍ରକଳ୍ପ କାର୍ଯ୍ୟ . ସୁକିନ୍ଦା ବ୍ଲକ ଅଧିନସ୍ଥ ହରିପୁର ପଞ୍ଚାୟତ ଯିବା ପାଖ ମୁଖ୍ୟ ରାସ୍ତା କଡରେ ବିପଦ ସଙ୍କୁଳ ଅବସ୍ଥାରେ ଶ୍ରମିକ ମାନେ ବିନା ସେଫ୍ଟି ବେଲ୍ଟ ଓ ବିନା ମାସ୍କରେ କାର୍ଯ୍ୟ କରୁଥିବା ଘଟଣା ସାମନାକୁ ଆସିଛି . ଶ୍ରମିକ ସୁରକ୍ଷା ପ୍ରତି ସରକାର ଗୁରୁତ୍ୱ ପ୍ରଦାନ କରି ବିଧେୟକ ଆଣିଥିବା ସମୟରେ ଏପରି ବିପଦସଂଙ୍କୁଳ ଭାବରେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ , କାହାର କେତେବେଳେ ବି ଜୀବନ ହାନି ଘଟିପାରେ । ତେବେ ସ୍ଥାନୀୟ କିଛି ସାମାଜିକ କର୍ମୀ ଏନେଇ ଅସନ୍ତୋଷ ପ୍ରକାଶ କରିବା ପରେ , NCC କମ୍ପାନୀ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ସୁରକ୍ଷିତ ଅବସ୍ଥାରେ କାର୍ଯ୍ୟ ଚାଲୁ ରଖିବେ ବୋଲି ପ୍ରତିଶ୍ରୁତି ଦେଇଥିବା ସୁଚନା ମିଳିଛି ।
NCC କମ୍ପାନୀ ତରଫରୁ ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ସରକାରୀ ପ୍ରକଳ୍ପ କାର୍ଯ୍ୟ !

