କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବ୍ଲକ ବୟାଳିଶ ମୌଜା ଉପକଣ୍ଠ ବେଣ୍ଟକାର ପଞ୍ଚାୟତର ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଇଲେକ୍ଟ୍ରି ଅଫିସ, ସ୍ୱାସ୍ଥ୍ୟକେନ୍ଦ୍ର, ପୋଲିସ ଫାଣ୍ଡି ଇତ୍ୟାଦି ସ୍ଥାନରେ ହିନ୍ଦୁସେନା ବୟାଳିଶ ମୌଜା ଶାଖା ପକ୍ଷରୁ ବିଶୋଧାନା କାର୍ଯ୍ୟ କରାଯାଇଛି . କରୋନା ଭୁତାଣୁ ସଂକ୍ରମଣର ଦ୍ଵିତୀୟ ଲହରକୁ ଆଖି ଆଗରେ ରଖି କର୍ମଚାରୀ ଓ ସାଧାରଣ ଜନତାଙ୍କ ସୁରକ୍ଷା ଦୃଷ୍ଟିରୁ ବିଶୋଧନ କାର୍ଯ୍ୟ କରାଯାଇ ଥିବାର ଅନୁଷ୍ଠାନର କର୍ମକର୍ତ୍ତା ପ୍ରକାଶ କରିଛନ୍ତି .
ହିନ୍ଦୁସେନା ସଭାପତି ଦେବାଶିଷ ରାଉତ, ଅଭିରାମ ଦଳାଇ, ଗାନ୍ଧୀଗୁରୁ ଦାସ୍ , ଦେବିପ୍ରସାଦ ପତି, ଭାରତୀୟ କିଷାନ ସଂଘର ରାଜ୍ୟ ସଂଯୋଜକ ଅସିମ୍ ଦାସ, ବିଶ୍ୱରଂଜନ ସେଠି, ସୁଜିତ୍ ବେହେରା, ପ୍ରିୟ ରଞ୍ଜନ ଖଟୁଆ, ରଞ୍ଜିତ ମଲ୍ଲିକ୍, ଯୋସେପ୍ ଦାସ ପ୍ରମୁଖଙ୍କ ସହଯୋଗୀତାରେ ସୁଚାରୁ ରୂପେ ବିଶୋଧାନା କାର୍ଯ୍ୟ ସମାପିତ ହୋଇଛି । ସୂଚନାଯୋଗ୍ୟ, ହିନ୍ଦୁସେନା ପକ୍ଷରୁ ଏହି ବିଶୋଧନ କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁ ରଖିବାକୁ ଯୋଜନା ପ୍ରସ୍ତୁତି କରାଯାଇଛି ।