କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ପିଡିଏସ୍ ସାମଗ୍ରୀ ଅଫ୍ଲାଇନ୍ ମାଧ୍ୟମରେ ଯୋଗାଇ ଦେବା ପାଇଁ ଯୋଗାଣ ସହାୟକ ସଂଘ କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ଏକ ଦାବିପତ୍ର ପ୍ରଦାନ କରିଛି । କରୋନା ମହାମାରୀର ସଂକ୍ରମଣ ରୋକିବା ପାଇଁ ଏହିଭଳି ନିଷ୍ପତ୍ତି ନେବାକୁ ଦାବୀପତ୍ରରେ ଦର୍ଶାଯାଇଛି । ଦୀର୍ଘ ୮ବର୍ଷ କାଳ ସାଧାରଣ ବଣ୍ଟନ ବ୍ୟବସ୍ଥା ସୁଚାରୁ ରୂପେ ହୋଇ ଆସୁଥିଲା । ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଧାର କିମ୍ବା ଆଇଆର୍ଆଇଏସ ଦ୍ୱାରା ପିଡିଏସ୍ ସାମଗ୍ରୀ ଚାଉଳ, ଗହମ, କିରୋସିନ ବଣ୍ଟନ କଲେ ସଂକ୍ରମଣ ବଢ଼ିପାରେ । କାରଣ ଗୋଟିଏ ଇପିଓଏସ୍ ମେସିନ ଦ୍ୱାରା ସମସ୍ତ ହିତାଧିକାରୀଙ୍କ ଆଖି ଓ ଅଙ୍ଗୁଳି ସ୍କାନ ହେଉଥିବା ଯୋଗୁ ହିତାଧିକାରୀ ମାନେ ସଂକ୍ରମିତ ହେବାର ଆଶଙ୍କା ରହିଛି । ତେଣୁ ଅନ୍ଲାଇନ୍କୁ ଛାଡି ଅଫ୍ଲାଇନ୍ ଦ୍ୱାରା ପିଡିଏସ୍ ସାମଗ୍ରୀ ବଣ୍ଟନ କରିବା ପାଇଁ ସଂଘର ସମ୍ପାଦିକା ଜ୍ୟୋତ୍ସ୍ନାରାଣୀ ଦେହୁରୀ, ସଦସ୍ୟ ଭୀମସେନ ଗଣ୍ଡା, ଅରୁଣ କହଁର, ନୟନୀ ମଲିକ, ଅର୍ଜୁନ ସାହାଣୀ ପ୍ରମୁଖ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।