ସୁକିନ୍ଦା ବ୍ଲକ ବର୍ତ୍ତଣ୍ଡା ପଞ୍ଚାୟତରେ ପାଇଖାନା ନିର୍ମାଣ କାର୍ଯ୍ୟ ରେ ଅନିୟମିତତା !!

0
181

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପାଇଖାନା ନିର୍ମାଣ କାର୍ଯ୍ୟରେ ଅନିୟମିତତା , ଲକ୍ଷ ଲକ୍ଷ ଟଙ୍କାର ବିଲ କରି ଠିକାଦାର ଫେରାର ,ପାଇଖାନା ଅଛି ହେଲେ ଟାଙ୍କି ନାହିଁ , କୋଉଠି ଟାଙ୍କି ଅଛି ତ ପାଇଖାନା ନାହିଁ , ଆଉ କୋଉଠି ପାଇପ ସଂଯୋଗ କରାଯାଇ ନାହିଁ , ଏମିତି ଏକ ଘଟଣା ସାମ୍ନା କୁ ଆସିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅଧିନସ୍ଥ ବର୍ତଣ୍ଡା ଗ୍ରାମ ପଞ୍ଚାୟତରେ . ଗତ ଦୁଇ ବର୍ଷ ତଳୁ ଠିକାଦାର ଅର୍ଦ୍ଧ ନିର୍ମିତ ଅବସ୍ଥାରେ ବହୁ ପାଇଖାନା ଘର ନିର୍ମାଣ କରି କାମକୁ ଅଧାରେ ରଖି ଲକ୍ଷ ଲକ୍ଷ ଟଙ୍କାର ବିଲ କରି ଚଳୁ କରି ଦେଇଥିବା ଦେଖିବାକୁ ମିଳିଛି , ଯାହା ଫଳରେ ପାଇଖାନା ଗୁଡିକ ଲୋକଙ୍କ ବ୍ୟବହାର ନ ଆସି ପଡି ରହିଛି .

ବିଭାଗୀୟ ତଦାରଖ ଅଭାବ ତଥା ଠିକାଦାରଙ୍କ ଅର୍ଥମାରଣ ନୀତି କାରଣରୁ ସରକାରୀ ଯୋଜନା ହୋଇଛି ବାଟବଣା , ଗ୍ରାମର ମହିଳା ମାନେ ବି ଶୌଚ ହେବା ପାଇଁ ବାହାର ପଡିଆକୁ ଯାଉଛନ୍ତି , ଯାହାକୁ ନେଇ ବର୍ତଣ୍ଡା ଗ୍ରାମରେ ତୀବ୍ର ଅସନ୍ତୋଷ ଦେଖାଯାଇଛି . ପୂର୍ବରୁ ସ୍ଥାନୀୟ ଜନ ପ୍ରତିନିଧି ଏବଂ ବ୍ଲକ ବିଡ଼ିଓଙ୍କୁ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ ମଧ୍ୟ ଦୁର୍ନୀତି ଖୋର ଠିକାଦାରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନାହିଁ . ଅନ୍ୟ ପକ୍ଷରେ ଅସମ୍ପୂର୍ଣ୍ଣ ହୋଇ ପଡି ରହିଛି ଶହ ଶହ ପାଇଖାନା ଗୃହ . ସାଧାରଣ ଲୋକଙ୍କ ଅଭିଯୋଗ ପ୍ରତି , ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here