ଅପହରଣ ପରେ ନାବାଳିକାକୁ ଦୁଷ୍କର୍ମ : ୩ ଜଣ ଗିରଫ – ଜଣେ ଫେରାର !!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ନାବାଳିକାକୁ ଅପହରଣ କରିବା ପରେ ଦୁଷ୍କର୍ମ କରିଥିବା ଅଭିଯୋଗରେ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ୩ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜଣେ ଫେରାର ଥିବା ଜଣାପଡିଛି l ଏ ନେଇ ଫିରିଙ୍ଗିଆ ଥାନା ମାମଲା ନଂ ୫୩/୨୧ ଧାରା ୩୬୩ / ୩୭୬ / ୬ ପୋକସୋ ଆକ୍ଟ ରେ ମକଦ୍ଦମା ରୁଜୁ ହୋଇଛି । ସୂଚନା ଯୋଗ୍ୟ ଯେ , ଏପ୍ରିଲ ୨୮ ତାରିଖ ରାତିରେ ନାବାଳିକା ଜଣଙ୍କ ଏକ ବିବାହ ଭୋଜିରୁ ଫେରିବା ସମୟରେ ତିନିଜଣ ବ୍ୟକ୍ତି ତାଙ୍କୁ ମୋଟର ସାଇକେଲରେ ଭ୍ରୁଙ୍ଗିଜୋଡି ନିକଟ ଜଙ୍ଗଲକୁ ଅପହରଣ କରି ନେଇଥିଲେ । କିଛି ସମୟ ପରେ ଅନ୍ୟ ଜଣେ ପୁଅ ମଧ୍ୟ ଘଟଣାସ୍ଥଳକୁ ଆସି ତାଙ୍କୁ ଦୁଷ୍କର୍ମ କରିଥିଲା । ସେହିଦିନ ରାତିରେ ଚାରିଜଣ ବ୍ୟକ୍ତି ତାଙ୍କୁ ଦୁଷ୍କର୍ମ କରି ଭୃଙ୍ଗିଜୋଡି ନିକଟରେ ଚେତାଶୂନ୍ୟ ଅବସ୍ଥାରେ ଛାଡିଥିଲେ । ଏପ୍ରିଲ ୩୦ ତାରିଖ ଦିନ ନାବାଳିକାଙ୍କ ପିତା ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଅବ୍ୟାହତ ରଖି ରବିବାର ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ତାକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *