ସାମ୍ବାଦିକଙ୍କୁ କୋଭିଡ଼ ଟିକା ର ପ୍ରଥମ ଡୋଜ ପ୍ରଦାନ

Spread the love

ଗଜପତି ( ଆୱାଜମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ସାମ୍ବାଦିକ ମାନଙ୍କୁ ସ୍ୱତନ୍ତ୍ର ଭାବେ କୋଭିଡ଼ ଟୀକା ର ପ୍ରଥମ ଡୋଜ ପ୍ରଦାନ କରା ଯାଇଛି । ପାରଳାଖେମୁଣ୍ଡି ସହର ଉପକଣ୍ଠ ବେତାଗୁଡା ଠାରେ ଥିବା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସମସ୍ତ ଜିଲ୍ଲାସ୍ତରୀୟ ସାମ୍ବାଦିକ ମାନେ କୋଭିଡ଼ ଟୀକା ନେଇଛନ୍ତି । ଏ ନେଇ ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଥିଲେ । ଏହି ଟୀକାକରଣ କାର୍ଯ୍ୟକ୍ରମରେ 40 ଜଣ ସାମ୍ବାଦିକ ଉପସ୍ଥିତ ରହି ପ୍ରଥମ ଡୋଜ ଟୀକା ଗ୍ରହଣ କରିଥିଲେ । ତେବେ ବରିଷ୍ଠ ତଥା 45 ବର୍ଷ ରୁ ଅଧିକ ସାମ୍ବାଦିକ ମାନେ ପ୍ରାୟତଃ ଏହି ଟୀକା ଆଗରୁ ନେଇ ସାରିଥିବା ଜଣାପଡ଼ିଛି । ଜିଲ୍ଲା ପ୍ରଶାସନ ସାମ୍ବାଦିକ ମାନଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରି ଟୀକା ପ୍ରଦାନ କରିଥିବା ରୁ ବିଶେଷ କରି ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ପି.କେ. ପାତ୍ର, ଜିଲ୍ଲା ଭାରପ୍ରାପ୍ତ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ପ୍ରଭାକର ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ସମେତ ଟୀକା ଦେଇ ଥିବା ସ୍ୱାସ୍ଥ୍ୟ କର୍ମଚାରୀ ପ୍ରମୁଖଙ୍କୁ ଜିଲ୍ଲା ସ୍ତରୀୟ ସାମ୍ବାଦିକ ମାନେ କୃତଜ୍ଞତା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *