ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଡିଜିଟାଲ ମିଡ଼ିଆ ସେକ୍ଟର ରେ ରାଜ୍ୟରେ କାର୍ଯ୍ୟରତ ୱେବ ମିଡ଼ିଆର ପ୍ରତିନିଧି ଏବଂ ପ୍ରତିଷ୍ଠାତା ମାନଙ୍କର ଏକ ରାଜ୍ୟ ସ୍ତରୀୟ ସଂଗଠନ ଗଠିତ ହୋଇଯାଇଛି . ରାଜ୍ୟ ୱେବ ମିଡ଼ିଆ ଆସୋସିଏସନ ନାମରେ ଆତ୍ମପ୍ରକାଶ କରିଥିବା ଏହି ସଂଗଠନର ରାଜ୍ୟ ସଭାପତି ଭାବରେ ପୂର୍ଣ୍ଣଚନ୍ଦ୍ର ଦାସ ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି । ଏ ନେଇ ଜୟଦେବ ଭବନ ନିକଟରେ ଆୟୋଜିତ ଏକ ଘୋଷଣା ପର୍ବରେ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଭାପତିଙ୍କ ନାମକୁ ସର୍ବ ସମ୍ମୁଖରେ ଘୋଷଣା କରିଥିଲେ । କୋଭିଡ ଗାଇଡ଼ ଲାଇନ ଅନୁସାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରେ କାର୍ଯ୍ୟରତ ୱେବ ମିଡ଼ିଆ ପ୍ରତିଷ୍ଠାତା ଓ ସାମ୍ବାଦିକ ବନ୍ଧୁମାନେ ଏକତ୍ର ହୋଇ ଉପସ୍ଥିତ ରହିବା ସହ ଏହାକୁ ସମର୍ଥନ କରିଥିଲେ ।
ୱେବ ମିଡ଼ିଆ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବନ୍ଧୁମାନଙ୍କ ସମ୍ମାନ, ସୁରକ୍ଷା ଓ ଅଧିକାର ପାଇଁ ଏହି ସଂଘ କାର୍ଯ୍ୟ କରିବ ବୋଲି ସଭାପତି ଘୋଷଣା କରିଛନ୍ତି । କରୋନା ମହାମାରୀ ସଂକ୍ରମଣ ତଥା ତାଲାବନ୍ଦ କଟକଣା ପାଇଁ କାର୍ଯ୍ୟକ୍ରମକୁ ସିମୀତ କରାଯାଥିବା ବେଳେ ଆଗାମୀ ଦିନରେ ରାଜ୍ୟସ୍ତରୀୟ ସମାବେଶ କରାଯାଇ ବିଭିନ୍ନ ଜିଲ୍ଲା ସ୍ତରରେ ସଂଗଠନର ଶାଖା ସକ୍ରିୟ କରାଯିବ ବୋଲି ଅନୁଷ୍ଠାନର ଅନ୍ୟ ଉଦ୍ୟୋକ୍ତା ମାନେ ପ୍ରକାଶ କରିଛନ୍ତି ।