ଦ୍ଵିତୀୟ ବିଶ୍ୱଯୁଦ୍ଧରେ ଭାଗ ନେଇଥିବା ସିପାହୀଙ୍କ ଧର୍ମପତ୍ନୀଙ୍କୁ ମିଳୁନି ପାରିବାରିକ ଭତ୍ତା !!

0
171

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଦେଶର ସୀମାନ୍ତକୁ ଯବାନ ମାନେ ଅହରହ ସୁରକ୍ଷା ଦେଉଥିବା ବେଳେ ଆମେ ନିଜ ଘରେ ସୁରକ୍ଷିତ ରହିପାରୁଛୁ । କିନ୍ତୁ ଅତ୍ୟନ୍ତ କ୍ଷୋଭର ବିଷୟ ଜଣେ ଅବସର ପ୍ରାପ୍ତ ଯବାନଙ୍କ ଧର୍ମପତ୍ନୀ (୯୦) ଙ୍କୁ ପାରିବାରିକ ଭତ୍ତା ମିଳୁ ନ ଥିବାର ବାସ୍ତବ ଚିତ୍ର କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ କଳିଙ୍ଗା ପଞ୍ଚାୟତର ଦୁଗୁଡିପାରି ଗ୍ରାମରେ ଦେଖିବାକୁ ମିଳିଛି । ବିବରଣୀରୁ ପ୍ରକାଶ ଯେ, ୧୯୩୧ ମସିହାରେ ବଡି ପ୍ରଧାନ ସିପାହୀ ଭାବେ ଭାରତୀୟ ସେନାରେ ଯୋଗଦେଇ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସକ୍ରିୟ ଅଶଂ ଗ୍ରହଣ କରି ୧୯୪୬ ମସିହାରେ ସେ ଅବସର ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ଦେହାନ୍ତ ପରେ ତାଙ୍କ ଧର୍ମପତ୍ନୀ ସରାନ୍ତି ପ୍ରଧାନ ୯୦ଙ୍କୁ ଏଯାବତ ପାରିବାରିକ ପେନସନର ସୁବିଧା ମିଳି ପାରିନାହିଁ । ପ୍ରକାଶ ଥାଉକି, ଏଥିପାଇଁ ତାଙ୍କ ପୁଅ ବିନାୟକ ପ୍ରଧାନ ରାଜ୍ୟ ସୈନିକ ବୋର୍ଡ – ଭୁବନେଶ୍ୱର , ଜିଲ୍ଲା ସୈନିକ ବୋର୍ଡ ଭବାନୀପାଟଣା ଓ ଜି.ଉଦୟଗିରି ତହସିଲଦାରଙ୍କୁ ଅବଗତ କରିଥିଲେ ସୁଧା କୌଣସି ସୁଫଳ ମିଳିନଥିବା ଶ୍ରୀ ପ୍ରଧାନ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ଏଥିରେ ଜି.ଉଦୟଗିରିର ଭୂତପର୍ବ ସୈନିକ ସଂଘ ହସ୍ତକ୍ଷେପ କରି ପେନସନ ମିଳିବାରେ ସହଯୋଗ କରିବାକୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି । ଭାରତ ସରକାର ଜୟ ଜବାନ, ଜୟ କିଶାନ, ଜୟ ବିଜ୍ଞାନ ନାରା ଦେଉଥିବା ବେଳେ ଏହା ସରାନ୍ତି ପ୍ରଧାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ କି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here