ରଜ ପର୍ବ ସମ୍ପର୍କରେ ଭରଚୁଆଲ ଆଲୋଚନା
ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଣପର୍ବ ରଜ ଅବସରରେ ପାରଳା ର ଅଗ୍ରଣୀ ପ୍ରତିଷ୍ଠାନ ପୂଜ୍ୟ ପୂଜା ଅନୁଷ୍ଠାନ ଆନୁକୂଲ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ଭାଗବତ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଭରଚୁଆଲ ସଭା ଅନୁଷ୍ଠିତ ହୋଇଯାଇଛି ।। ଓଡ଼ିଶାର କୃଷି ଭିତ୍ତିକ ଓ ବୈଜ୍ଞାନିକ ସମ୍ମତ ଏହି ଗଣ ପର୍ବ ସମ୍ପର୍କିତ ଏହି ଆଲୋଚନାରେ ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଦେବୀ, ପାରଳାଖେମୁଣ୍ଡି ମହିଳା ମହାବିଦ୍ୟାଳୟ ର ଅଧ୍ୟପିକା ଡକ୍ଟର କଲ୍ୟାଣୀ ମିଶ୍ର, ଗଜପତି ଜିଲ୍ଲା ଖଜୁରୀପଡା ବ୍ଲକ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ, ବିଚିତ୍ରା ନନ୍ଦ ବେବର୍ତ୍ତା ପ୍ରଭୃତି ଯୋଗଦାନ କରିଥିଲେ ।।