ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅଧିନସ୍ଥ ଲେମ୍ବୋ ପଞ୍ଚାୟତର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଅଶୋକଝରକୁ ସଂଯୋଗ କରୁଥିବା ସୁକିନ୍ଦା ମାଧପୁର ସ୍କୁଲ ପାଖ ରାସ୍ତା ଏବେ ବିପଦ ଜନକ ପାଲଟିଛି । ରାସ୍ତାର କଦର୍ଯ୍ୟ ଅବସ୍ଥା କାରଣରୁ ପ୍ରତିଦିନ ଘଟୁଛି ଛୋଟ ବଡ ଦୁର୍ଘଟଣା .
ଏହି ରାସ୍ତା ଉପରେ ରେଲୱେ ଠିକାଦାର jvv କମ୍ପାନୀ ଓଭର ବ୍ରିଜ କାର୍ଯ୍ୟ ବିଳମ୍ବ କରୁଥିବାରୁ ଏହି ସମସ୍ୟା ପ୍ରତ୍ୟେକ ବର୍ଷ ବର୍ଷା ଦିନରେ ଦେଖିବକୁ ମିଳିଥାଏ । ଲଘୁଚାପ ଜନିତ ପ୍ରବଳ ବର୍ଷା ହେବା ଯୋଗୁଁ ଏହି ରାସ୍ତାରେ ଆଜି ସାଧାରଣ ଲୋକ ଯାତାୟତ କରିବା ବହୁ କଷ୍ଟ ଦାୟକ ହୋଇଛି । ଏଥିପ୍ରତି ସରକାରୀ ଅଧିକାରୀ ମାନେ ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସାଧାରଣ ଲୋକେ ଦାବି କରିଛନ୍ତି ।