ସମ୍ଭାବ୍ୟ ବାତ୍ୟା ‘ୟସ’ ପାଇଁ ଢେଙ୍କାନାଳ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଆଜି ପୂର୍ବାହ୍ନରେ ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ସାମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ର ଉଚିତ ମୁକାବିଲା ନିମନ୍ତେ ଜିଲ୍ଲା ବନଖଣ୍ଡ ଅଧିକାରୀ, ସମସ୍ତ ଉପ-ଜିଲ୍ଲାପାଳ, ବିଡିଓ, ତହସିଲଦାର, ଡିପିଓ, ଅଗ୍ନିଶମ ଅଧିକାରୀ, ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ, ପାନୀୟ ଜଳ ଯୋଗାଣର ଯନ୍ତ୍ରୀ, ସମସ୍ତ ନିର୍ବାହୀ ଅଧିକାରୀ ମାନଙ୍କ ସହିତ ଭରଚୁଆଲ ମୋଡରେ ଆଲୋଚନା କରିଛନ୍ତି । ଜିଲ୍ଲାର ସମସ୍ତ ବିଡିଓ ସାମ୍ଭାବ୍ୟ ସାମୁଦ୍ରିକ ବାତ୍ୟାର ଉଚିତ ମୁକାବିଲା ନିମନ୍ତେ ବୈଠକ ଡାକି ଆନୁସାଙ୍ଗିକ ବ୍ୟବସ୍ଥା ସହ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନାଳ ନର୍ଦମା ଗୁଡିକୁ ସଫା କରିବାକୁ, ଜଳମଗ୍ନ ହେଉଥିବା ଖାଲୁଆ ଅଞ୍ଚଳ ଚିହ୍ନଟ କରି ଗର୍ଭବତୀ ମହିଳା, ଶିଶୁ, ବୃଦ୍ଧ-ବୃଦ୍ଧା, ରୋଗୀମାନଙ୍କୁ ଆବଶ୍ୟକ ବହୁମୂଖୀ ଆଶ୍ରୟ ସ୍ଥଳୀ, ଟିଏମସି, ସ୍କୁଲ ଆଦି ବିଭିନ୍ନ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରଣ କରିବା ସହିତ ଶୁଖିଲା ଖାଦ୍ୟ, ଔଷଧ, ବିଦ୍ୟୁତ ଯୋଗାଣ ପାଇଁ ଜେନସେଟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ବିଭାଗୀୟ ଅକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସହରାଞ୍ଚଳର ଅସୁରକ୍ଷିତ କଚ୍ଚା ଗୃହରେ ରହୁଥିବା ଲୋକ, ନିରାଶ୍ରୟ, ବିକଳାଙ୍ଗ, ଭିକାରି, ବାସହୀନ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସୁରକ୍ଷିତ ଭାବେ ଆଶ୍ରୟ ସ୍ଥଳ ଗୁଡିକରେ ରଖିବା ବିହିତ ବ୍ୟବସ୍ଥା କରିବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଆଶ୍ରୟସ୍ଥଳୀ ଗୁଡିକରେ ଆଣ୍ଟିଜେନ ଟେଷ୍ଟ କରାଯିବା ସହିତ ସାମାଜିକ ଦୂରତା, ମାସ୍କ ପରିଧାନ, ପରିଷ୍କାର ପରିଚ୍ଛନତା ପ୍ରତି ମଧ୍ୟ ଧ୍ୟାନ ଦେବାକୁ କହିଛନ୍ତି । ଚିଡ଼ିଆଖାନାରେ ଥିବା ପଶୁ ପକ୍ଷୀମାନଙ୍କ ନିରାପତ୍ତା ପ୍ରତି ସଜାଗ ରହିବା, ଖାଦ୍ୟର ସୁବ୍ୟବସ୍ଥା ସହିତ ଜଙ୍ଗଲ ରାସ୍ତାକୁ ସଫା କରିବାର ବ୍ୟବସ୍ଥା କରିବାକୁ ସେ ବନଖଣ୍ଡ ଅଧିକାରୀଙ୍କୁ କହିଥିଲେ । ରାସ୍ତା ଘାଟ ପରିଷ୍କାର ନିମନ୍ତେ ପୂର୍ତ୍ତ ବିଭାଗ ଜେସିବି ର ବ୍ୟବସ୍ଥା କରିବାକୁ ମଧ୍ୟ କହିଲେ । ବାତ୍ୟାର ଆଗୁଆ ସୂଚନା ନିମନ୍ତେ ବ୍ଲକ, ସବ ଡିଭିଜନ, ଜିଲ୍ଲା ସଦର ମହକୁମାରେ କଣ୍ଟ୍ରାଲ ରୁମ କାର୍ଯ୍ୟ କରିବା । ବାତ୍ୟା ସମୟରେ ଅଗ୍ନିଶମ ଓ ଆରକ୍ଷୀ କର୍ମଚାରୀ ମାନେ ଉଦ୍ଧାର କାର୍ଯ୍ୟ ଓ ଶାନ୍ତି ଶୃଙ୍ଖଳା ନିମନ୍ତେ ସମ୍ପୂର୍ଣ ସଜାଗ ରହି ବାତ୍ୟା ପରେ ତୁରନ୍ତ ବିଦ୍ୟୁତ ଯୋଗାଣ, ଯୋଗାଯୋଗ ବ୍ୟବସ୍ଥା ପାଇଁ ଗଛ କାଟି ରାସ୍ତା ସଫା କରିବା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ପରେ କ୍ଷତିଗ୍ରସ୍ତ ମାନଙ୍କୁ ତୁରନ୍ତ ଆବଶ୍ୟକ ରିଲିଫ, ପଲିଥିନ ଆଦି ଯୋଗାଇ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *