ପାରାଦୀପ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପାରାଦୀପ ରେ ଘଟିଛି ଅଘଟଣ . ଫ୍ୟାକ୍ଟ୍ରିରୁ ଆମୋନିଆ ଗ୍ୟାସ୍ ଲିକ ଯୋଗୁଁ ତିନି ଜଣ ମହିଳା ଗୁରୁତର ହୋଇଥିବାର ସୂଚନା । ପାରାଦୀପର ଇଣ୍ଡଷ୍ଟ୍ରିଆଲ ଏରିଆରେ ଥିବା ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରୁ ଆମୋନିଆ ଗ୍ୟାସ ଲିକ୍ ହୋଇ ୩ ମହିଳା ଗୁରୁତର ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଅବସ୍ଥା ଗୁରୁତର ହେବାରୁ ପରେ କଟକ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଥିବା ଆମୋନିଆ ଟ୍ୟାଙ୍କରର ଏକ ଭାଲବରୁ ଆମୋନିଆ ଲିକ୍ ହୋଇଥିଲା । ଫଳରେ ସେଠାରେ କାମ କରୁଥିବା ୩ ଜଣ ମହିଳା ଏହି ଗ୍ୟାସ ପ୍ରଭାବରେ ବେହୋସ୍ ହୋଇ ପଡ଼ିଥିଲେ । ତେବେ ସଙ୍ଗେ ସଙ୍ଗେ ଉକ୍ତ ଭଲବକୁ ବଦଳାଇ ଦିଆଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ଏକ ଟେକ୍ନିକାଲ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।