ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ସାମୁଦ୍ରିକ ବାତ୍ୟା ୟାସ ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ସମୟରେ ଏହାର ପ୍ରଭାବରେ ଗତକାଲି ରାତି ଠାରୁ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ବର୍ଷା । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ସମଗ୍ର ଓଡିଶା ରେ ଲାଗିରହିଛି ବର୍ଷା । ଢେଙ୍କାନାଲ ଜିଲ୍ଳାରେ ଗତକାଲି ରାତି ଠାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି ସକାଳ ଠାରୁ ବର୍ଷାର ମାତ୍ର ବଢିଯାଇଛି । ପ୍ରଶାସନ ତରଫରୁ ଲୋକ ମାନଙ୍କୁ ବାହାରକୁ ନ ବାହାରିବା ପାଇଁ ବାରଣ କରାଯାଇଛି ।