ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ଵର ପଣ୍ଡା : ଜନ ସଚେତନତା ପାଇଁ କୋଭିଡ ସଚେତନତା ରଥ ପରିକ୍ରମା , ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ,ଓ ସଂସ୍କୃତି ବିଭାଗ ,ସୂଚନା ଲୋକସମ୍ପର୍କ ବିଭାଗ ଓ ୟୁନିସେଫର ମିଳିତ ଉଦ୍ୟମରେ କୋଭିଡ ସଚେତନତା ରଥ ଚଳିତ ମାସ ୫ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ସମେତ ୧୦ଗୋଟି ବ୍ଳକର ବିଭିନ୍ନ ଗ୍ରାମରେ ପହଁଚି ସଚେତନତା ସୃଷ୍ଟି କରିବ । ସଚେତନତା ରଥ କୁ ଖୋର୍ଦ୍ଧା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଆସିଥିବା ଗାଇଡ଼ ଲାଇନ ପାଳନ ସହିତ ସାମାଜିକ ଦୂରତା ନିୟମ ମାନିବ , ମାସ୍କ ପିନ୍ଧିବା ଓ କୋଭିଡ ନିୟମକୁ ପାଳନ କଲେ ସଂକ୍ରମଣ ବୃଦ୍ଧି ପାଇବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି ।