ବି.ଖଜୁରୀପଦା ରେ ବିଶ୍ୱ ରକ୍ତଦାତା ଦିବସ ପାଳିତ !

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକର ବି.ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମ ଜନ ସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମମତା ପାଢ଼ୀ ଙ୍କ ଦ୍ଵାରା ନୂଆଗଡ଼ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ବିଭିନ୍ନ ଗ୍ରାମରେ ତଥା ନୂଆଗଡ଼, ତରଭା ସମ୍ବଲପୁର, ତାବରଡା, କେରେଡ଼ାଙ୍ଗ,ବେତାରସିଂ ପ୍ରଭୃତି ଅଞ୍ଚଳରେ ରକ୍ତଦାନର ମହତ୍ତ୍ୱ ସମ୍ପର୍କରେ ସଚେତନତା କରାଯାଇଥିଲା । ବିଶ୍ୱ ରକ୍ତ ଦାତା ଦିବସରେ ରକ୍ତ ଦାନ କରି ଅନ୍ୟ ର ଜୀବନର ସ୍ପନ୍ଦନକୁ ଜାରି ରଖିବାରେ ଥାଏ ଅପୁର୍ବ ଆନନ୍ଦ, ରକ୍ତ ଲାଗି ଅକାଳରେ ଝରି ପଡୁଥିବା ଜୀବନକୁ ରକ୍ଷା କରିବା ଏହିଭଳି ସଚେତନତା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଆୟୁଷ ଡ଼.ସ୍ୱାଗତ ରଥ, ଡ଼ା.ସୁନୀଲ ମାଝୀ, ସୁପର ଭାଇଜର ନକୁଳ ରାଉଳ, ମିନା ଦେବୀ, ଗୀତା ପଟ୍ଟନାୟକ, ଶିବ ଶଙ୍କର ଭୂୟାଁ, ସ୍ୱାସ୍ଥ୍ୟକର୍ମୀ ତୁଷାର ନାୟକ, ବି ଅରୁଣା, ସନ୍ଧ୍ୟାରାଣୀ ଚୌଧୁରୀ, ସୁମିତ୍ରା ରଇତ ଆଶା କର୍ମୀ ଵିଜୟଲକ୍ଷ୍ମୀ ସିଂ, ରଶ୍ମିତା ସିଂ, ମମତା ପାଇକ, ଅଙ୍ଗନବାଡି କର୍ମୀ ଜୟନ୍ତୀ ଶବର, ରୀତାଞ୍ଜଳି ସାହୁ, ରୀନା ବଡ଼ ରଇତ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ସମସ୍ତେ ମାସ୍କ ପିନ୍ଧି, ସାମାଜିକ ଦୂରତା ରକ୍ଷା କରି, ସାନିଟାଇଜର ବ୍ୟବହାର କରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *