ଢୋଲପଥର ଗ୍ରାମରେ ବିରଳ ପ୍ରଜାତିର କମନ ଟ୍ରିଙ୍କେଟ ସାପ ଉଦ୍ଧାର ।

Spread the love

ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବନ ବିଭାଗ ଅଧିନସ୍ଥ ସୁକିନ୍ଦା ଗଡ଼ ପଞ୍ଚାୟତ ଢୋଲପଥର ଗ୍ରାମର କବିର ବାଦର ଘର ମଧ୍ୟରୁ ସୋମବାର ବିଳମ୍ବିତ ରାତ୍ରୀରେ ତିନି ଫୁଟର ବିରଳ ପ୍ରଜାତିର ସାପ ଉଦ୍ଧାର ହୋଇଥିବା ଜଣାଯାଇଛି . ଘର ମଧ୍ୟରେ ସାପ ଥିବା ଦେଖି ପ୍ରଶିକ୍ଷିତ ସାପ ଧରାଳି ସୌମ୍ୟଜିତ ବେହୁରା ଙ୍କୁ ଯୋଗାଯୋଗ କରିବାରୁ , ସେ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବିରଳ ପ୍ରଜାତିର ସାପଟିକୁ ଉଦ୍ଧାର କରିଥିଲେ . ସୁକିନ୍ଦା ବନ ବିଭାଗ ସହଯୋଗରେ ସୁକିନ୍ଦା ବନ ବିଭାଗ ଅଧିନସ୍ଥ ମହାଗିରି ଜଙ୍ଗଲରେ ସାପଟିକୁ ସୁରକ୍ଷିତ ଉପାୟରେ ଛାଡି ଦେଇଥିବା ବେଳେ ସୌମ୍ୟଜିତଙ୍କ ସୂଚନା ମୁତାବକ ଏହି ପ୍ରଜାତିର ସାପ ବିଷଧର ନୁହନ୍ତି , ତେବେ ଏହି ସାପ ପ୍ରଥମଥର ପାଇଁ ସୁକିନ୍ଦା ଅଞ୍ଚଳରେ ଧରା ଯାଇଥିବା କଥା ସୁଚନା ଦେଇଛନ୍ତି ପ୍ରଶିକ୍ଷିତ ସାପ ଧରାଳି ସୌମ୍ୟାଜିତ ବେହୁରା .

Leave a Reply

Your email address will not be published. Required fields are marked *