ବାଣପୁର ମେଡିକାଲ ରେ ଇଞ୍ଜେକ୍ସନ ନେବା ପରେ ଗ୍ରାମରକ୍ଷୀଙ୍କ ମୃତ୍ୟୁ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଦେଖିବାକୁ ଏକ ଅଭାବନୀୟ ଘଟଣା । ଇଞ୍ଜେକ୍ସନ ନେବା ପରେ ବାଣପୁର ଥାନାରେ ଗ୍ରାମରକ୍ଷୀ ଭାବେ କାର୍ଯ୍ୟ କରୁଥିବା ପାଣ୍ଡବ ନାୟକଙ୍କ ମୃତ୍ୟୁ ଘଟିଛି । ଏନେଇ ବାଣପୁର ମେଡିକାଲ ପରିସରରେ ଏକ ଚାପା ଉତେଜନା ସୃଷ୍ଟି ହେବା ସହ ଥାନାରେ ଅଭିଯୋଗ ହେବାର ଜଣା ପଡ଼ିଛି । ଖବର ମୁତାବକ ବାଣପୁର ଥାନାରେ ଗ୍ରାମରକ୍ଷୀ ଭାବେ କାର୍ଯ୍ୟରତ ଥିବା ନରେନ୍ଦ୍ରପୁର ପଞ୍ଚାୟତ କୋଳଥଡିହ ଗ୍ରାମର ପାଣ୍ଡଵ ନାୟକ (୫୫) । ନିଜର ଏକ ଚିକିତ୍ସା ପାଇଁ ଆଜି ସକାଳେ ସ୍ତ୍ରୀଙ୍କୁ ଧରି ନିଜ ସାଇକେଲ ଯୋଗେ ବାଣପୁର ମେଡିକାଲକୁ ଆସିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରିବା ସହିତ ପ୍ରେସକ୍ରିପସନ ରେ ଏକ ଇଞ୍ଜେକ୍ସନ ନେବା ପାଇଁ ଲେଖିଥଲେ । ସେହି ଅନୁସାରେ ତାଙ୍କୁ ମେଡିକାଲରେ କାର୍ଯ୍ୟରତ ଥିବା ନର୍ସ ଇଞ୍ଜେକେସନ ଦେଇଥିଲେ । ପାଣ୍ଡବ ଇଞ୍ଜେକେସନ ନେବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଛି । ତେବେ ଗଣମାଧ୍ୟମ ଆଘରେ ପାଣ୍ଡଵଙ୍କ ସ୍ତ୍ରୀ ଓ ଝିଅଙ୍କ ଙ୍କ କହିଥିଲେ ଇଞ୍ଜେକେସନ ଲାଗି ହିଁ ତାଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଚାପା ଉତ୍ତେଜନା ଲାଗି ରହିଥିବାର ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ପାଣ୍ଡବ ଙ୍କ ମୃତ୍ୟୁର କାରଣ ପୋଷ୍ଟ ମର୍ଟମ ରିପୋର୍ଟ ଆସିବାପରେ ଜଣାପଡିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *